ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ତେଲୁଗୁ ଦେଶମ ପାର୍ଟି (ଟିଡିପି) ର ପ୍ରମୁଖ ଏନ ଚନ୍ଦ୍ରବାବୁ ନାଇଡୁ ଏବଂ ତାଙ୍କ ପୁଅ ନାରା ଲୋକଶଙ୍କୁ ଆନ୍ଧ୍ରପ୍ରଦେଶ ପୋଲିସ ନଜରବନ୍ଦୀ କରିଛି । ଜଗନ ମୋହନ ରେଡ୍ଡୀ ସରକାରଙ୍କ ବିରୋଧରେ ‘ଚଲୋ ଆତ୍ମକୁର’ ରାଲି ରେ ନିଜ ପାର୍ଟି କାର୍ଯ୍ୟକର୍ତ୍ତାଙ୍କ ସହ ନାଇଡୁ ବାହାରିଥିଲେ ।
ଟିଡିପି ର ଅଭିଯୋଗ ରହିଛି କି ବିପକ୍ଷ କାର୍ଯ୍ୟକର୍ତ୍ତାକୁ ଟାର୍ଗେଟ କରୁଛି ସତାରେ ଥିବା ୱାଇଏସଆର କଂଗ୍ରେସ । ସେଥିପାଇଁ ଗନୌରର ଟିଡିପି କାର୍ଯ୍ୟାଳୟରୁ ପଲନାଡୁ ଅଞ୍ଚଳରେ ଥିବା ଅତାମାକୁର ଗାଁ ପର୍ଯ୍ୟନ୍ତ ବୁଧବାର ରାଲି ବାହାର କରିବା ପାଇଁ ନାଇଡୁ କହିଥିଲେ ।
ଘରେ ନଜରବନ୍ଦୀ ହେବା ପରେ ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କିଛି ନଖାଇ ହଡତାଳରେ ବସିଛନ୍ତି । ନାଇଡୁ ପ୍ରାୟତଃ ସକାଳ ୮ ଟାରୁ କିଛି ନଖାଇ ନପିଇ ହଡତାଳରେ ବସିଛନ୍ତି । ସେପଟେ ନାଇଡୁ ଙ୍କ ପୁଅକୁ ବି ନଜରବନ୍ଦୀ କରାଯାଇଛି । ଏହାସହିତ ଟିଡିପି ର ଅନେକ କାର୍ଯ୍ୟକର୍ତ୍ତାକୁ ବି ହାଜତରେ ରଖାଯାଇଛି ।
ଅପରପକ୍ଷେ ନରସରାବପେଟା, ସତ୍ତନପଲ୍ଲେ, ପାଲନାଡ୍ଡୁ ଏବଂ ଗୁରଜଲା ଅଞ୍ଚଳରେ ଧାରା ୧୪୪ ଲାଗୁ କରାଯାଇଛି ।
ସୂଚନାଯୋଗ୍ୟ, ଚନ୍ଦ୍ରବାବୁ ନେତୃତ୍ୱରେ ଥିବା ପାର୍ଟି ଦାବି କରିଛି କି ଜଗନ ମୋହନ ରେଡ୍ଡୀ ସତ୍ତାକୁ ଆସିବା ପରେ ଟିଡିପିର ୮ ଜଣ କାର୍ଯ୍ୟକର୍ତ୍ତାଙ୍କୁ ହତ୍ୟା କରିଛନ୍ତି ୱାଇଏସଆରସିପି କ୍ୟାଡର । ଏହାସହିତ ଆନ୍ଧ୍ରପ୍ରଦେଶର ପଲନାଡୁରେ ହିଂସା ବଢିବାରେ ଲାଗିଛି ।