ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ଲୋକସଭାରେ ଆଜି ଆଧାର ସଂଶୋଧନ ବିଲ ଉପରେ ଚର୍ଚ୍ଚା ହେବ ଯାହାକୁ ନେଇ ଆଜି ବିଜେପି ତାର ସମସ୍ତ ସାଂସଦଙ୍କୁ ହ୍ୱିପ ଜାରି କରିଛି । ପାର୍ଟି ପକ୍ଷରୁ ଆଜି ସମସ୍ତ ସାଂସଦ ସଂସଦରେ ଉପସ୍ଥିତ ରହିବା ପାଇଁ ହ୍ୱିପ ଜାରି କରିଛି ଦଳ । ସୂଚନାଯୋଗ୍ୟ ଏଥର ଲୋକସଭାରେ ବିଜେପିର ୩୦୩ ସାଂସଦ ରହିଛନ୍ତି । ଆଧାର ସଂଶୋଧନକୁ ସ୍ପଷ୍ଟ ବହୁମତ ମିଳିବ ବୋଲି ଆଶା ରହିଛି । ତେବେ ଆସନ୍ତୁ ଜାଣିବା କଣ ରହିଛି ଏହି ବିଲର ମୁଖ୍ୟ ଉଦ୍ଦେଶ୍ୟ
୧ . ଆଧାରକାର୍ଡ ଧାରୀ ନାବାଳକ ୧୮ ବର୍ଷ ପରେ ନିଜ ଆଧାର ନମ୍ଭରକୁ ରଦ୍ଦ କରି ପାରିବ
୨. ବ୍ୟାଙ୍କ ଖାତା , ମୋବାଇଲ କନେକସନ ପରି ବିଭିନ୍ନ ସେବା ପାଇଁ ଆଧାର ନମ୍ଭର ସ୍ୱେଚ୍ଛାକୃତ ହେବ ।
୩. ସେହିଭଳି ଆଧାରକାର୍ଡ ନଥିଲେ ଯେମିତି କୌଣସି ଲୋକ କୌଣସି ସେବାରୁ ବଞ୍ଚିତ ନ ହୁଏ ।
୪. ଅଧାର କାର୍ଡ ଉପଯୋଗ ପାଇଁ ନିର୍ଦ୍ଧାରିତ ନିୟମକୁ ଉଲଂଘନ କଲେ ସଜ୍ଜାର ବ୍ୟବସ୍ଥା
ସୂଚନାଯୋଗ୍ୟ ଗତ ୧୨ ଜୁନରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଧ୍ୟକ୍ଷତାରେ ହୋଇଥିବା କ୍ୟାବିନେଟ ବୈଠକରେ ଆଧାର ସଂଶୋଧନ ବିଧେୟକକୁ ମଞ୍ଜୁରି ମିଳିଥିଲା । ଏହି ବିଲର ସଂଶୋଧନ ପରେ ଜଣେ ସାଧାରଣ ଲୋକକୁ ନିଜର ପରିଚୟ ପାଇଁ ଆଧାର ନମ୍ଭର ଦେଖାଇବାକୁ ବାଧ୍ୟ କରିପାରିବେ ନାହିଁ ।