ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): କ୍ରିକେଟରୁ ରାଜନୀତିକୁ ଆସିଥିବା ପୂର୍ବଦିଲ୍ଲୀରୁ ବିଜେପ ହୋଇଥିବା ପ୍ରାର୍ଥୀ ଗୌତମ ଗମ୍ଭୀରଙ୍କ ପାଖରେ ଦୁଇଟି ଭୋଟର କାର୍ଡ ଥିବା ଅଭିଯୋଗ ଆଣିଲେ ପୂର୍ବଦିଲ୍ଲୀ ଆପ ପ୍ରାର୍ଥୀ ଆତିଶ । ଯାହାକୁ ନେଇ ସେ ଦିଲ୍ଲୀ ତିସ ହଜାରୀ କୋର୍ଟରେ ମାମଲା ଦାୟର କରିଛନ୍ତି । ସେ ଅଭିଯୋଗ କରିଛନ୍ତି କି ଗୌତମଙ୍କ ପାଖରେ ଦୁଇଟି ଭୋଟ ପରିଚୟ ପତ୍ର ଅଛି ଯାହା ଏକ ଅପରାଧିକ ଘଟଣା ।
My appeal to the citizens of East Delhi Lok Sabha – pls don’t waste your vote by voting for @GautamGambhir; he is going to get disqualified sooner or later for having two Voter ID cards! अपना वोट व्यर्थ ना करें! #GambhirApradh pic.twitter.com/6bxGnT4n93
— Atishi (@AtishiAAP) April 26, 2019
ତେଣୁ ସେ ଗୌତମଙ୍କ ପ୍ରାଥୀତ୍ୱକୁ ନାକଚ କରିବାକୁ ନିବେଦନ କରିଛନ୍ତି । ସେ ଅଭିଯୋଗ କରିଛନ୍ତି କି ଗୌତମଙ୍କ ପାଖରେ ରାଜେନ୍ଦ୍ର ନଗର ସମେତ କରୋଲବାଗ ରେ ମଧ୍ୟ ତାଙ୍କର ଏକ ପରିଚୟ ପତ୍ର ରହିଛି । ଯାହାକୁ ନେଇ ଆପ ପ୍ରାର୍ଥୀ ନିଜ ଟ୍ୱିଟରରେ ଲେଖିଛନ୍ତି – ମୁଁ ପୂର୍ବ ଦିଲ୍ଲୀବାସୀଙ୍କୁ ନିବେଦନ କରୁଛି ସେମାନେ ତାଙ୍କର ଭୋଟକୁ ନଷ୍ଟ ନ କରିବା ପାଇଁ । ସେ ଖୁବ ଶିଘ୍ର ଏହି ଅପରାଧରେ ଦୋଷୀ ହେବେ । କାରଣ ତାଙ୍କ ପାଖରେ ଦୁଇଟି ପରିଚୟପତ୍ର ଅଛି । ସେହିଭଳି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମଧ୍ୟ ଗମ୍ଭୀରଙ୍କୁ ଭୋଟ ନ ଦେବା ପାଇଁ ନିବେଦନ କରିଛନ୍ତି । ଏହି ଅଭିଯୋଗ ବିଷୟରେ ଗୌତମଙ୍କ ପ୍ରତିକ୍ର୍ରିୟା ମିଳିନାହିଁ ।