ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ନୂଆଦିଲ୍ଲୀ ବିଧାନସଭା ଫଳ ପ୍ରକାଶ ପାଇବା ବେଳେ ସବୁଠାରୁ ଅଧିକ ଚର୍ଚ୍ଚାରେ ରହିଥିଲେ ଜଣେ କୁନି ଝିଅ । ଯିଏ ପୁରା କେଜ୍ରିୱାଲଙ୍କ ଗେଟ ଅପରେ ନଜର ଆସିଥିଲେ । ପୁରା କେଜ୍ରିୱାଲଙ୍କ ଭଳି ନିଶ ସାଙ୍ଗକୁ ଚଷମା ଏବଂ ପ୍ୟାଣ୍ଟସାର୍ଟ ମଧ୍ୟ ପିନ୍ଧିଥିଲେ ସେ । ଏହି ଶିଶୁ ଏବେ ଶୋସାଲ ମିଡିଆରେ ବେବି କେଜ୍ରିୱାଲ ଭାବେ ପରିଚିତ । ମାତ୍ର ଆପ ପକ୍ଷରୁ ଏହି ବେବିର ନାମ ରଖାଯାଇଛି “ ବେବି ମଫଲର ମ୍ୟାନ’’ ।
Big Announcement:
Baby Mufflerman is invited to the swearing in ceremony of @ArvindKejriwal on 16th Feb.
Suit up Junior! pic.twitter.com/GRtbQiz0Is
— AAP (@AamAadmiParty) February 13, 2020
ସୂଚନାଯୋଗ୍ୟ ମଙ୍ଗଳବାର ନିର୍ବାଚନୀ ଫଳାଫଳ ଘୋଷଣା ଚାଲିଥିବା ବେଳେ ଏହି କୁନି ପିଲାଟି କେଜ୍ରିୱାଲଙ୍କ ବାସ ଭବନରେ ପହଞ୍ଚିଥିଲେ । ଯାହାଙ୍କର ଫଟୋ ଏବେ ଶୋସାଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ତେବେ କେଜ୍ରିୱାଲ ତାଙ୍କ ଶପଥ ଗ୍ରହଣ ଉତ୍ସବରେ ଏଇ କୁନି ପୁଅଟିକୁ ସ୍ୱତନ୍ତ୍ର ଅତିଥି ଭାବେ ନିମନ୍ତ୍ରୀତ କରିଛନ୍ତି । ଏନେଇ ଆପ ପକ୍ଷରୁ ନିମନ୍ତ୍ରଣ ପତ୍ର ମଧ୍ୟ ପଠା ଯାଇଛି । ପିଲାଟିର ପକୃତ ନାମ ରହିଛି ଆୟନ । ତାଙ୍କ ପିତାଙ୍କ ନାମ ରାହୁଲ ତୋମର ଓ ମାଙ୍କ ନାମ ମିନାକ୍ଷୀ । ଆପରୁ ପତ୍ର ପାଇବା ପରେ ସେମାନଙ୍କ ବାପା ମା ପ୍ରତିକ୍ରିୟାରେ କହିଛନ୍ତି ସେମାନଙ୍କ ପୁଅ ବଡ ହେଲେ କେଜ୍ରିୱାଲଙ୍କ ପରି ହେଉ ।