ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଦିନକୁ ଦିନ ଜେଏନୟୁରେ ହିଂସା ବୃଦ୍ଧି ପାଇବାକୁ ଲାଗିଛି । ଜାନୁଆରୀ ୫ରେ ଯେଉଁଭଳି ଭାବେ ବିଶ୍ୱବିଦ୍ୟାଳୟ ମଧ୍ୟରେ ହିଂସା ଘଟିଥିଲା ତାହାକୁ ନେଇ ସାରା ଦେଶରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା । ବିଶ୍ୱବିଦ୍ୟାଳୟ ମଧ୍ୟକୁ ଅଣଛାତ୍ର ପ୍ରବେଶ କରିବା ସହ ଯେଉଁଭଳି ଭାବେ ହିଂସା ଘଟାଇଥିଲେ ତାହାକୁ ଦେଖି ଜେଏନୟୁ ପ୍ରଶାସନ ପକ୍ଷରୁ କଡା ଗାଇଡ ଲାଇନ ଜାରି କରାଯାଇଛି ।
Dean, Jawaharlal Nehru University (JNU): In case, any outsider/an unauthorized student/guest is found staying in the rooms (of any hostel at JNU), necessary action will be initiated against the resident student, as per administration rules. pic.twitter.com/HMZcjBYBE9
— ANI (@ANI) January 11, 2020
ଏଣିକି ପାଞ୍ଚ ଜଣିଆ କମିଟି ଗଠନ କରାଯାଇବା ସହ ବିଶ୍ୱବିଦ୍ୟାଳୟରେ ଥିବା ସମସ୍ତ ହଷ୍ଟେଲରେ ଚେକିଂ କରାଯିବ ବୋଲି ବିଜ୍ଞପ୍ତି ଜାରି କରାଯାଇଛି । ଅନ୍ୟପଟେ ଯଦି ହଷ୍ଟେଲ ରୁମରେ ଅଣଛାତ୍ର ଥିବାର ପ୍ରମାଣ ମିଳେ ତା ହେଲେ ସଂପୃକ୍ତ ଛାତ୍ରଛାତ୍ରୀଙ୍କ ବିରୋଧରେ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ । ଏତତ୍ ବ୍ୟତିତ ଧରା ପଡିଲେ ସଙ୍ଗେ ସଙ୍ଗେ ପୁଲିସ ହିପାଜତରେ ଦିଆଯିବ ବୋଲି ବିଶ୍ୱବିଦ୍ୟାଳୟର ଡିନ ଉମେଶ ଏ କଦମ କହିଛନ୍ତି । ସମସ୍ତ ହଷ୍ଟେଲର ବରିଷ୍ଠ ୱାଡେନ ହଷ୍ଟେଲରେ ଅଣଛାତ୍ର ଥିବା ନେଇ ସମସ୍ତ ସୁନିଶ୍ଚିତ କରିବା ପାଇଁ ବିଶ୍ୱବିଦ୍ୟାଳୟର ଡିନ ଉମେଶ ଏ କଦମ କହିଛନ୍ତି ।