ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ମୁନ୍ ମିଶନର ସଫଳତା ପରେ ଏବେ ସନ୍ ମିଶନ । ଚାଲିଛି କାଉଣ୍ଟଡାଉନ୍ । ଆଜି ଦିନ ୧୧ଟା ୫୦ ମିନିଟ୍ ରେ ଆନ୍ଧ୍ରପ୍ରଦେଶର ଶ୍ରୀହରି କୋଟର ଦ୍ୱିତୀୟ ଲଞ୍ଚପ୍ୟାଡରୁ ଉତକ୍ଷେପଣ ହେବ ଆଦିତ୍ୟ ଏଲ୧ । ଉତକ୍ଷେପଣର ୧୨୭ ଦିନ ପରେ ଏଡା ସୂର୍ଯ୍ୟର ଏଲ୧ ପଏଣ୍ଟରେ ପହଞ୍ଚିବ ।
ପିଏସଏଲଭି-ସି୫୭ ଜରିଆରେ ଆଦିତ୍ୟ ଏଲ୧ ଉତକ୍ଷେପଣ ହେବ । ଆଦିତ୍ୟ ଏଲ୧ ରେ ମୋଟ ୭ଟି ପେ-ଲୋଡ ପଠାଯିବ । ଏଥିରୁ ୪ଟି ପେ-ଲୋଡ ସୂର୍ଯ୍ୟଙ୍କୁ ସିଧାସଳଖ ପର୍ଯ୍ୟବେକ୍ଷଣ କରିବେ । ସେହିପରି ଅନ୍ୟ ୩ ଟି ପେ-ଲୋଡ ଏଲ୧ ପଏଣ୍ଟରେ ବିଭିନ୍ନ କଣିକାର ଗବେଷଣା କରିବେ । ଏହାସହ କରୋନାଲ ମାସ୍ ଇଜେକ୍ସନ ସମ୍ପର୍କରେ ତଥ୍ୟ ଯୋଗାଡ କରାଯାଇପାରିବ । ମହାକାଶ ଜଳବାୟୁ ସମ୍ପର୍କରେ ମଧ୍ୟ ତଥ୍ୟ ମିଳିବ ।