ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ ) ; ଆନ୍ଧ୍ର ପରେ ଏବେ ସିବିଆଇକୁ ପଶ୍ଚିମବଙ୍ଗ ମନା । ଏଣିକି ରାଜ୍ୟ ସରକାରଙ୍କ ବିନା ଅନୁମତିରେ ସିବିଆଇ ପଶ୍ଚିମବଙ୍ଗକୁ ପ୍ରବେଶ କରିପାରିବନି । ଆନ୍ଧ୍ର ପ୍ରଦେଶର ଚନ୍ଦ୍ରବାବୁ ନାଇଡୁଙ୍କ ସରକାର ନେଇଥିବା ନିଷ୍ପତି କ୍ରମେ ସିବିଆଇକୁ ଦିଆଯାଇଥିବା ସ୍ୱତନ୍ତ୍ର ଅନୁମତିକୁ ପ୍ରତ୍ୟାହାର କରାଯାଇଛି । ତେବେ ଏହାକୁ ସମର୍ଥନ କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି ଓ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ।
After Chandrababu Naidu, now Mamata Banerjee withdraws free pass to CBI
(@iindrojit)https://t.co/CzsFdsrQco— India Today (@IndiaToday) November 16, 2018
ଏହି ନିଷ୍ପତି କ୍ରମେ ମମତା ବାନାର୍ଜିି ମଧ୍ୟ ପଶ୍ଚିମବଙ୍ଗରେ ସିବିଆଇକୁ ବିନା ଅନୁମତିରେ ପ୍ରବେଶ କରିବାକୁ ମନା କରିଦେଇଛି । ତେବେ କୋର୍ଟଙ୍କ ନିର୍ଦ୍ଦେଶରେ ହିଁ ସିବିଆଇ ରାଜ୍ୟ ସରକାରଙ୍କ ବିନା ଅନୁମତି ରେ ପ୍ରବେଶ କରିପାରିବ ବୋଲି ଜଣାପଡିଛି ।
୧୯୮୯ ମସିହାରେ ସେବେକାର ବାମ ସରକାର ସିବିଆଇକୁ ଏହି ସ୍ୱତନ୍ତ୍ର ଅନୁମତି ଦେଇଥିଲେ ଯାହା ଦ୍ୱାରା ସିନିଆଇକୁ ଏକ ଜେନେରାଲ କନସେଣ୍ଟ ଫ୍ରି ପାସ ମିଳିଥିଲା । ଏହାଦ୍ୱାରା ଯେ କୌଣସି ମାମଲାର ତଦନ୍ତ ପାଇଁ ସିବିଆଇ ରାଜ୍ୟ ମାନଙ୍କୁ ଅବାଧ୍ୟରେ ପ୍ରବେଶ କରିବା ପାଇଁ ଅନୁମତି ମିଳିଥିଲା । ତେବେ ବର୍ତ୍ତମାନ ଅନ୍ଧ୍ର ସରକାର ସିବିଆଇକୁ ନିଜ ରାଜ୍ୟରେ ପ୍ରବେଶ ପାଇଁ ମନାକରିଦେଇଥିବା ବେଳେ ଏହାକୁ ସମର୍ଥନ କରି ମମତା ବାନାର୍ଜୀ ମଧ୍ୟ ପଶ୍ଚିମବଙ୍ଗ ମଧ୍ୟକୁ ସିବିଆଇର ପ୍ରବେଶ ଉପରେ ଅଙ୍କୁଶ ଲଗାଇଛନ୍ତି ।