ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ବିଜେପି କାର୍ଯ୍ୟାଳୟରେ ନିଜ ପ୍ରଥମ ଅଭିଭାଷଣରେ ମୋଦି କହିଛନ୍ତି ଆଜିର ଏହି ବିଜୟ ଉତ୍ସବରେ ସ୍ୱୟଂ ମେଘରାଜ ମଧ୍ୟ ଉତ୍ସବ ମନାଉଛନ୍ତି । ୧୩୦ କୋଟି ଭାରତୀୟଙ୍କୁ ପ୍ରଣାମ କରିଥିଲେ । ଏହା ଲୋକତନ୍ତ୍ରରେ ଏହି ବିଜୟ ସବୁଠୁ ପ୍ରଥମ ଘଟଣା । ସ୍ୱାଧୀନତା ପରେ ସବୁଠାରୁ ଅଧିକ ମତଦାନ ଏହି ନିର୍ବାଚନରେ ହୋଇଥିଲା । ଲୋକତନ୍ତ୍ର ପ୍ରତି ଭାରତର ପ୍ରତିବଦ୍ଧତାକୁ ସାରା ବିଶ୍ୱ ପାଇଁ ଗୋଟେ ଉଦାହରଣ ବୋଲି ସେ କହିଛନ୍ତି ।ଏହି ନିର୍ବାଚନରେ ଯେଉଁମାନେ କୌଣସି କାରଣରୁ ଯାହାର କିଛି କ୍ଷତି ହୋଇଛି ତାଙ୍କ ପରିବାରକୁ ସମବେଦନା ଜଣାଇଥିଲେ ।
ସେହିଭଳି ନିର୍ବାଚନ ପରିଚଳନା କରୁଥିବା କର୍ମଚାରୀ , ଏଥିରେ ଭାଗ ନେଇଥିବା ସୁରକ୍ଷା କର୍ମୀଙ୍କୁ ମଧ୍ୟ କୃତଜ୍ଞତା ଜଣାଇଛନ୍ତି । ସେ ଏହି ଅବସରରେ ଆହୁରି ମଧ୍ୟ କହିଛନ୍ତି ମହାଭାରତର ଯୁଦ୍ଧରେ ଯେତେବେଳେ ପଚରା ଯାଇଥିଲା କି ତମେ କାହା ସହିତ ରହିବ ବୋଲି ପଚରା ଯାଇଥିଲା ସେତେବେଳ ସେ କହିଥିଲେ ସେ କେବଳ ହସ୍ତିନାପୁର ପାଇଁ ରହିବେ ବୋଲି କହିଥିଲେ ।
ସେହିଭଳି ଏହି ନର୍ବାଚନରେ ସମସ୍ତେ ଭାରତ ସପକ୍ଷରେ ରହିଛନ୍ତି । ଆଜି କୌଣସି ଦଳର ବିଜୟ ହୋଇନାହିଁ କେବଳ ଭାରତର ବିଜୟ ହୋଇଛି । ଲୋକତନ୍ତ୍ରର ବିଜୟ ହୋଇଛି ବୋଲି କହିଛନ୍ତି । ଆଜିର ବିଜୟକୁ ଜନତାଙ୍କ ଚରଣରେ ରଖିବାକୁ ସେ ଏନଡିଏ କର୍ମୀଙ୍କୁ କହିଥିଲେ । ଭାରତର ଉନ୍ନତି ପାଇଁ ସମସ୍ତେ କାନ୍ଧରେ କାନ୍ଧ ମିଶାଇ ଦେଶର ସେବା କରିବାକୁ ସେ ସମସ୍ତ ବିଜୟ ନେତାଙ୍କୁ ଆହ୍ୱାନ ଦେଇଛନ୍ତି ।