ମୁମ୍ବାଇ ( ଏଟିଆର ବ୍ୟୁରୋ): ଗତ ବର୍ଷ ଶୋସାଲ ମିଡିଆ ଠାରୁ ଆରମ୍ଭ କରି ଗଣମାଧ୍ୟମ ପର୍ଯ୍ୟନ୍ତ ଚାରିଆଡେ ଛାଇ ଯାଇଥିଲା ମି ଠୁ । ଯାହାକୁ ନେଇ ସେତେବେଳେ ଚର୍ଚ୍ଚା ଜୋର ଧରିଥିଲା । ଯେଉଁଥିରେ ବେଶି ପ୍ରଭାବିତ ହୋଇଥିଲା ମନୋରଞ୍ଜନ ଶିଳ୍ପ । ମନୋରଞ୍ଜନ ଶିଳ୍ପ ସହିତ ଜଡିତ ଅନେକ ବଡବଡ କଳାକାରଙ୍କ ନାମରେ ମହିଳାଙ୍କୁ ଅସଦ ବ୍ୟବହାର କରିଥିବା ଅଭିଯୋଗ ଆସିଲା । ବିଭିନ୍ନ ସମୟରେ କର୍ମକ୍ଷେତ୍ରରେ ମହିଳା ମାନଙ୍କ ସହିତ ହୋଇଥିବା ଅସଦାଚରଣ ବିଷୟରେ ସେମାନେ ମୁହଁ ଖୋଲିଥିଲେ । ଯାହାକୁ ନେଇ ମାମଲା କୋର୍ଟ ପର୍ଯ୍ୟନ୍ତ ଯାଇଥିଲା ।
Devendra Fadnavis: #MENTOO needs your support to stop misuse of laws – Sign the Petition! https://t.co/Ruizdmclzk via @ChangeOrg_India
— Sharath (@coorgimpex) June 11, 2019
ଆହୁରି ମଧ୍ୟ ଜାଣିବାକୁ ମିଳିଲା ବ୍ୟକ୍ତିଗତ ସ୍ୱାର୍ଥ ପାଇଁ କିଛି ମହିଳା ପୁରୁଷଙ୍କ ନାମରେ ମିଛ ଅଭିଯୋଗ ଆଣିଥିବା । ଯାହାକୁ ନେଇ ଅନେକ ପୁରୁଷଙ୍କୁ ସମାଜରେ ସମାଲୋଚିତ ହେବାକୁ ପଡିଥିଲା । ମହିଳା ମାନଙ୍କ ମି ଠୁ ପରି ଏବେ ପୁରୁଷ ମାନେ ମେନ ଠୁ ଆରମ୍ଭ କରିଛନ୍ତି । ଯାହା ମାଧ୍ୟମରେ ସେମାନଙ୍କ ଉପରେ ହୋଇଥିବା ମିଛ ଆରୋପ ଓ ଶୋଷଣ ବିରୋଧରେ ସ୍ୱର ଉତ୍ତଳନ କରୁଛନ୍ତି । ଯାହା ଏବେ ଶୋସାଲ ମିଡିଆରେ ଭଇରାଲ ହେବାରେ ଲାଗିଛି । ହାଜ ଟ୍ୟାଗ କରି ପୁରୁଷ ମାନେ ସେମାନଙ୍କ ସହ ଘଟଥିବା ଖରାପ ଅନୁଭବକୁ ଦର୍ଶାଉଛନ୍ତି ।
Yes !!! The nexus between cops and misuse of laws & corruption must also be brought to light. Every aspect of how #fake cases are a manipulation of laws and system &for gain/extortion must be COUNTERED with new legislation 2 protect men.#MenToo @timesofindia @vineetjaintimes https://t.co/EW2uJvc0Cw
— Pooja Bedi (@poojabeditweets) June 11, 2019
ଏହାକୁ ନେଇ କରଣ ଓବରାୟଙ୍କ ଘଟଣା ଚର୍ଚ୍ଚାରେ ରହିଛି । ମିଠୁ ଘଟଣାରେ କରଣୁ ଗୋଟେ ମାସ ପୋଲିସ ହେପାଜତରେ ରହିବା ପରେ ତାଙ୍କୁ ଏବେ ଜାମିନ ମିଳିଛି । ସେହିଭଳି କରଣଙ୍କ ନାମରେ ଅଭିଯୋଗ ଆଣିଥିବା ମହିଳା ନିଜ ଉପରେ ଆକ୍ରମଣ କରିବା ପାଇଁ ଏମିତି ମିଛ ଅଭିଯୋଗ କରିଥିବା କଥା ମଧ୍ୟ ସାମ୍ନାକୁ ଆସିଥିଲା । ଏହାକୁ ନେଇ କିଛି ପୁରୁଷ କହିଛନ୍ତି ମି ଠୁ ଟ୍ରେଣ୍ଡ ଚାଲିଥିବା ବେଳେ କିଛି ମହିଳା ସହମତିରେ ହୋଇଥିବା ସଂମ୍ପର୍କକୁ ଅନ୍ୟରୂପ ଦେଇଥିଲେ । ଏହାକୁ ନେଇ ଆକ୍ଟର ପୂଜା ବେଦୀ ଟ୍ୱିଟ କରି ଲେଖିଛନ୍ତି ପୁଲିସ ଘଟଣାର ପକୃତ ସତ୍ୟାସତ୍ୟ ବାହାର କରିବା ଦରକାର । ଏହା ଲୋକଲୋଚନକୁ ଆସିବା ଦରକାର,ମିଛ ଅଭିଯୋଗରେ ପୁରୁଷ ମାନେ କିଭଳି ନାନା ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି ।