ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କରୋନା କାଳ ମଧ୍ୟରେ ଏବେ ଧୀରେ ଧୀରେ ସ୍ୱଭାବିକ ହେଉଛି ଜନ ଜୀବନ । ପର୍ଯ୍ୟାୟ କ୍ରମେ ସବୁ କିଛି ଧୀରେ ଧୀରେ ଖୋଲିବା ଆରମ୍ଭ ହୋଇଛି । ସେହିଅନୁଯାୟୀ ଦୀର୍ଘ ସାତ ମାସ ହେବ ବନ୍ଦ ହୋଇ ରହିଥିବା ତେଜସ ଏକ୍ସପ୍ରେସ ଟ୍ରେନ ପୁଣି ଅକ୍ଟୋବର ୧୭ ରୁ ପରିଚାଳନା ହେବାକୁ ଯାଉଛି । କରୋନା ପାଇଁ ଲକ୍ଷେ୍ନø-ନୂଆଦିଲ୍ଲୀ ଏବଂ ଅହମଦାବାଦ-ମୁମ୍ବାଇ ମଧ୍ୟରେ ଚାଲୁଥିବା ତେଜସ ଏକ୍ସପ୍ରେସକୁ ସ୍ଥଗିତ କରି ଦିଆଯାଇଥଲା । ଏବେ ପୁଣି ଚାଳିବ ଟ୍ରେନ ।
ଟ୍ରେନରେ କ୍ୟାଟରିଙ୍ଗ ବ୍ୟବସ୍ଥା ସମ୍ଭାଳୁଥିବା କମ୍ପାନୀ ଇଣ୍ଡିଆନ ରେଲୱେ କ୍ୟାଟରିଙ୍ଗ ଆଣ୍ଡ ଟୁରିଜିମ କର୍ପୋରେସନ ଲିମିଟେଡ ପକ୍ଷରୁ ସମ୍ପୂର୍ଣ୍ଣ ପ୍ରସ୍ତୁତ କରାଯାଇଛି । ଆଇ୍ରଆରସିଟିସି ପକ୍ଷରୁ ତେଜସ ଏକ୍ସପ୍ରେସର ପ୍ରବନ୍ଧନ ଏବଂ ପରିଚାଳନା ସହ ଜଡିତ କର୍ମଚାରୀଙ୍କୁ ପ୍ରଶିକ୍ଷଣ ଦେବା ଲାଗି ବିସ୍ତୃତ କାର୍ଯ୍ୟକ୍ରମ କରାଯାଉଛି ।
ଯାତ୍ରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ପାର୍ବଣ ଋତୁରେ ଏହି ଟେନ ପୁଣି ଟ୍ରାକରେ ଦୌଡିବ । ସେଥିପାଇଁ କରୋନା ପାଇଁ ଯାତ୍ରୀ ମାନଙ୍କୁ ଏସଓପି ପ୍ରୋଟୋକଲ ପାଳନ କରିବାର ପରାମର୍ଶ ଦିଆଯାଇଛି ।
ସାମାଜିକ ଦୂରତା ରକ୍ଷା କରିବା ପାଇଁ ପ୍ରତ୍ୟେକ ସିଟ୍ ମଝିରେ ଗୋଟେ ଲେଖାଁଏ ସିଟ୍ ଛଡାଯିବ । ଯାତ୍ରୀ ଏବଂ କର୍ମଚାରୀଙ୍କ ପାଇଁ ଫେସ ମାସ୍କ ଓ ଫେସ କଭର ପିନ୍ଧିବା ବାଧ୍ୟତାମୂଳକ । ସମସ୍ତ ଯାତ୍ରୀଙ୍କୁ କୋଭିଡ୧୯ ପ୍ରୋଟେକ୍ସନ କିଟ ଦିଆଯିବ । ଯାତ୍ରା କଲା ବେଳେ ସମସ୍ତଙ୍କ ଫୋନରେ ଆରୋଗ୍ୟ ସେତୁ ଆପ ବାଧ୍ୟତାମୂଳକ । ସେହିପରି ଯାତ୍ରୀଙ୍କୁ ଥର୍ମାଲ ସ୍କ୍ରିନିଂ କରି କୋଚ ଭିତରକୁ ଛଡାଯିବ । କୋଚର ସ୍ପର୍ଶ କରୁଥିବା ସ୍ଥାନକୁ ବାରମ୍ବାର ସାନିଟାଇଜ କରାଯିବ ।