ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ); ଅଗ୍ନିପଥ ଯୋଜନାର ନୋଟିଫିକେସନ ଜାରି କଲା ସ୍ଥଳସେନା । ନୋଟିଫିକେସନ ଅନୁଯାୟୀ, ସ୍ଥଳସେନାରେ ଅଗ୍ନିବୀରଙ୍କୁ ଛଅଟି ଅଲଗା ଅଲଗା କାଟେଗୋରୀରେ ଭର୍ତ୍ତି କରାଯିବ । ଯେଉଁ ଛଅ କ୍ୟାଟେଗୋରୀରେ ଅଗ୍ନିବୀରଙ୍କୁ ଭର୍ତ୍ତି କରାଯିବ ତାହା ହେଉଛି..
୧- ଜେନେରାଲ ଡ୍ୟୁଟି
୨- ଟେକ୍ନିକାଲ
୩- ଟେକ୍ନିକାଲ (ଏଭିଏସନ, ଏମ୍ୟୁନେସନ-ଏଗଜାମନର)
୪- କ୍ଲର୍କ, ଷ୍ଟୋରକିପର-ଟେକ୍ନିକାଲ
୫- ଟ୍ରେଡସମ୍ୟାନ (୧୦ମ ପାସ୍)
୬- ଟ୍ରେଡସମ୍ୟାନ (୮ମ ପାସ୍)
ସ୍ଥଳ ସେନାର ନୋଟିଫିକେସନ ମୁତାବକ,ସମସ୍ତ ଅଗ୍ନିବୀରଙ୍କୁ ଅନଲାଇନ୍ ରେ ରେଜିଷ୍ଟ୍ରେସନ କରିବାକୁ ହେବ । ଏହାପରେ ସମସ୍ତଙ୍କୁ ଅନଲାଇନ୍ ଆଡମିଟ କାର୍ଡ ଜାରି କରାଯିବ । ଏହି ଆଡମିଟ କାର୍ଡକୁ ନେଇ ରିକ୍ରୁଟମେଣ୍ଟ ର୍ୟାଲି ଆୟୋଜିତ କରାଯିବ । ଯଦି କେହି ଜାଲି ଆଡମିଟ କାର୍ଡ ନେଇ ର୍ୟାଲି ଯୋଗ ଦିଅନ୍ତି ତେବେ ତାଙ୍କୁ ଗିରଫ କରାଯିବ । ଏହାସହିତ ସ୍କୁଲ ପରୀକ୍ଷାରେ ଅଗ୍ନିବୀରଙ୍କର କେତେ ନଂ ରହିବା ଆବଶ୍ୟକ ତାହା ମଧ୍ୟ ନୋଟିଫିକେସନରେ ଲେଖା ଯାଇଛି ।
ତିନୋଟିି ପର୍ଯ୍ୟାୟରେ ଅଗ୍ନିବୀରଙ୍କୁ ଭର୍ତ୍ତି କରାଯିବ । ପ୍ରଥମ ଫିଜିକାଲ ଟେଷ୍ଟ, ଦ୍ୱିତୀୟରେ ମେଡିକାଲ ଟେଷ୍ଟ ଏବଂ ତୃତୀୟରେ ଲିଖିତ ପରୀକ୍ଷା ଦେବାକୁ ହେବ । ଏହାସହିତ ଏନସିସି କ୍ୟାଡର୍ସଙ୍କୁ ଲିଖିତ ପରିକ୍ଷାରେ ଅତିରିକ୍ତ ନଂ ଦିଆଯିବ ଏବଂ ଯଦି କୌଣସି ଅଭ୍ୟାର୍ଥିଙ୍କ ନିକଟରେ ସ୍ପୋର୍ଟସ ସାର୍ଟିଫିକେଟ ଥିବ ତେବେ ତାଙ୍କୁ ବୋନସ ମାର୍କ ଦିଆଯିବ ।
ସେହିପରି ଅଗ୍ନିବୀରଙ୍କୁ ବର୍ଷକରେ ୩୦ ଟି ଛୁଟି ମିଳିବ । ଏହାବ୍ୟତିତ ମେଡିକାଲ ଛୁଟି ମଧ୍ୟ ରହିଛି । କିନ୍ତୁ ବର୍ତ୍ତମାନ ଜଣେ ରେଗୁଲାର ସେନାଙ୍କୁ ବର୍ଷକରେ ୯୦ ଟି ଛୁଟି ମିଳୁଛି ।