ମୁମ୍ବାଇ ( ଏଟିଆର ବ୍ୟୁରୋ): ବାହୁବଳୀ ପ୍ରଭାସଙ୍କ ଆଗକୁ ଆସିବାକୁ ଥିବା ସିନେମାର ଆଉ ଏକ ଦମଦାର ଗୀତର ଟ୍ରିଜର ରିଲିଜ ହୋଇଛି । ଗୀତଟିର ବୋଲ ରହିଛି ଇନି ସୋନି । ଏହି ଗୀତର ଟ୍ରିଜରରେ ପ୍ରଭାସ ଓ ଶ୍ରଦ୍ଧା ରୋମାନ୍ସ କରୁଥିବାର ନଜର ଆସିଛନ୍ତି । ୩୬ ସେକେଣ୍ଡର ଏହି ଟ୍ରିଜରରେ ପ୍ରଭାସ ପୁରା ରୋମିଓ ଲୁକରେ ନଜର ଆସିଥିବା ବେଳେ ଶ୍ରଦ୍ଧା ରେଡ କଲର ଲଙ୍ଗ ଗାଉନରେ ନଜର ଆସିଛନ୍ତି । ଏହି ଗୀତରେ କଣ୍ଠଦାନ କରିଛନ୍ତି ଗରୁ ରଂଦ୍ଧାବା ଏବଂ ତୁଲସୀ କୁମାର । ଏହି ସିନେମାର ପ୍ରଥମ ଗୀତ ସାଇକୋ ସେଇଆଁ ଏଇ ନିକଟରେ ରିଲିଜ ହୋଇଥିଲା ।
ଏହି ଗୀତଟିକୁ ଧ୍ୱାନୀ ଅନୁସାଲି ଏବଂ ତନିଷ୍କ ବାଗଚି ଗାଇଥିଲେ । ଏହି ଗୀତ ରଚନା ଏବଂ ସ୍ୱର ସଂଯୋଜନା କରିଥିଲେ ତନିଷ୍କ ବାଗଚି କରିଥିଲେ । ଏହି ସିନେମାରେ ପ୍ରଭାସ ଏବଂ ଶ୍ରଦ୍ଧାଙ୍କ ବ୍ୟତୀତ ନିତିନ ମୁକେଶ, ଜାକି ଶ୍ରଫ, ମନ୍ଦିରା ବେଦୀ, ମହେଶ ମାଞ୍ଜରେକର, ଚକିଂ ପାଣ୍ଡେ, ଅରୁଣ ବିଜୟ ପ୍ରମୁଖ ଅଭିନୟ କରିଛନ୍ତି । ସୂଚନାଯୋଗ୍ୟ ସାହୋର ବଜେଟ ରହିଛି ୧୫୦ କୋଟି । ସିନେମାଟି ହିନ୍ଦି, ତେଲୁଗୁ, ମଲାୟାଲାମ ଓ ତମିଲ ଭାଷାରେ ରିଲିଜ ହେବ ।