ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଦେଶର ସବୁଠାରୁ ବଡ ବିମାନବନ୍ଦର ନିର୍ମାଣ ପାଇଁ ଆଜି ଏଗ୍ରିମେଣ୍ଟ କରାଯିବ । ସେଥିପାଇଁ ନୋଏଡା ଇଂଟରନାସନାଲ ଏୟାପୋର୍ଟ ଲିମିଟେଡ (ନିୟାଲ) ଏବଂ ଜ୍ୟୁରିଖ କମ୍ପାନୀ ର ପ୍ରତିନିଧି ଏଥିରେ ସାଇନ୍ କରିବେ । ଏଗ୍ରିମେଣ୍ଟ ସହିତ ୨୦୨୩ରେ ଉଡାଣ ସେବା ଆରମ୍ଭ ହେବାର ଆଶା ଦୁଇଗୁଣା ହୋଇଯିବ । ଏନେଇ ପୂର୍ବରୁ ଭାରତ ଆସିସାରିଛନ୍ତି ଜ୍ୟୁରିଖ କମ୍ପାନୀର ପ୍ରତିନିଧି ।
ଅଧିକାରୀମାନଙ୍କ ମତରେ, ନୋଏଡା ବିମାନବନ୍ଦର ନିର୍ମାଣ ପାଇଁ ଜ୍ୟୁରିଖ ଇଂଟରନାସନାଲ ଏୟାରପୋର୍ଟ ଲିମିଟେଡ ଏଜି ପକ୍ଷରୁ ଯମୁନା ଇଂଟରନାସନାଲ ଏୟାରପୋର୍ଟ ପ୍ରାଇଭେଟ ଲିମିଟେଡ ନାମରେ ସ୍ପେଶାଲ ପରପଜ୍ ହ୍ୱିକଲ (ଏସପିବି) କମ୍ପାନୀ ପ୍ରସ୍ତୁତ କରାଯାଇଛି । ଏହି କମ୍ପାନୀ ଏବଂ ନିୟଲ ମଧ୍ୟରେ ଏଗ୍ରିମେଣ୍ଟ ହେବ ।
ସେପଟେ କରୋନା ମହାମାରୀକୁ ଦୃଷ୍ଟିରେ ରଖି ଅନଲାଇନ ଜରିଆରେ ସାମ୍ବାଦିକ ସମ୍ମିଳନୀ ହେବ । ଏଥିରେ ଅନେକ ଦେଶର ମିଡିଆ ପ୍ରତିନିଧିମାନେ ସାମିଲ ହେବେ ।