ଗୁଜୁରାଟ (ଏଟିଆର ବ୍ୟୁରୋ ) ; ବଦଳିବ ଅହମଦାବାଦର ନାମ । ଦେଶରେ ଜାରି ରହିଛି ବିଭିନ୍ନ ସହରର ନାମ ପରିବତ୍ତନର ଧାରା । ଏହି ପ୍ରକ୍ରିୟାରେ ଏବେ ଆଉ ଏକ ଜଣାଶୁଣା ସହରର ନାମ ଆଗକୁ ଆସୁଛି । ଗୁଜୁରାଟର ପ୍ରମୁଖ ସହର ଅହମଦାବାଦର ନାମ ବଦଳାଇବା ନେଇ ଜୋର ଧରିଛି ଚର୍ଚ୍ଚା । ଏନେଇ ବିଚାର କରୁଛନ୍ତି ଗୁଜୁରାଟର ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀ ।
ଖାଲି ସେତିକି ନୁହେଁ ଗୁଜୁରାଟର ଉପ ମୁଖ୍ୟମନ୍ତ୍ରୀ ନିତିନଭାଇ ପଟେଲ ମଧ୍ୟ ଗଣମାଧ୍ୟମକୁ ଏ ବିଷୟରେ ସୂଚନା ଦେଇଛନ୍ତି । ଯଦି ଲୋକମାନଙ୍କ ସହେଯାଗ ମିଳିବ ଓ ଆଇନଗତ କଟକଣାକୁ ଏଡାଇ ଦିଆଯାଇପାରିବ ତେବେ ଅହମଦାବାଦର ନାମ ପରିବତ୍ତନ ହୋଇପାରିବ ବୋଲି ଶ୍ରୀ ପଟେଲ କହିଛନ୍ତି । ସେପଟେ ଅହମଦାବାଦର ନାମ ବଦଳାଗଲେ ନୂଆ ନାମ କଣ ରଖାଯିବ ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ତେବେ ଅହମଦାବାଦର ପ୍ରାଚୀନ ନାମ କର୍ଣ୍ଣାବତୀକୁ ହିଁ ପୁଣି ନାମକରଣ କରାଯିବ ବୋଲି ଆଲୋଚନା ହେଉଛି । ଅନ୍ୟପଟେ କର୍ଣ୍ଣାବତୀ ନାମକୁ ଅହମଦାବାଦର ଲୋକମାନେ ପସନ୍ଦ କରିଛନ୍ତି , ଠିକ ସମୟ ଆସିଲେ ସରକାର ଏହି ନାମକୁ ପରିବତ୍ତନ କରାଇବେ ବୋଲି ଉପମୁଖ୍ୟମନ୍ତ୍ରୀ ଶ୍ରୀ ପଟେଲ କହିଛନ୍ତି ।
ପୂର୍ବରୁ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଅହ୍ଲାବାଦର ନାମକୁ ବଦଳାଇ ପ୍ରୟାଗରାଜ କରିଥିଲେ । ସେହିପରି ଫୌଜାବାଦ ନାମକୁ ମଧ୍ୟ ବଦଳାଇ ଆଯୋଧ୍ୟା କରାଯାଇଛି ଏବେ ଏହି ଧାରାରେ ଅହମଦାବାଦ ସହର ସ୍ଥାନ ପାଇଛି ।