ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ବାଙ୍ଗାଲୋରରେ ଚାଲୁଥିବା ଭୋଲ୍ୱୋ ବସକୁ ଅନ୍ୟ ରାଜ୍ୟକୁ ସ୍ଥାନାନ୍ତରିତ କରାଯିବ । ଏନେଇ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ କୁମାର ଗୋସ୍ୱାମୀ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି । ସେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି କି ଏବେ ବାଙ୍ଗାଲୋରରେ ୧୦୦୦ ବସ ଚାଲୁଛି । ଯାହା ଅଧିକ କ୍ଷତିରେ ଚାଲୁଛି । କ୍ଷତିକୁ ରୋକିବା ପାଇଁ ସରକାରଙ୍କ ପକ୍ଷରୁ ଏହି ବସକୁ ଅନ୍ୟ ରାଜ୍ୟକୁ ସ୍ଥାନାନ୍ତରିତ କରାଯିବ ବୋଲି ଘୋଷଣା କରାଯାଇଛି ।
ଏହି ବସ କେବଳ ସହର ମଧ୍ୟରେ ଚାଲୁଥିବାରୁ ଏହା କ୍ଷତିରେ ଚାଲୁଛି । ଯଦି ପ୍ରତିଦିନ ଏହି ବସ ଗୁଡିକ ୧୫୦ରୁ ୨୦୦ କିଲୋମିଟର ଚାଲିବ ତେବେ ଏହା ଲାଭଦାୟକ ହେବ । ମାତ୍ର ଏହା ବାଙ୍ଗାଲୋରରେ ସମ୍ଭବ ହୋଇ ପାରୁନାହିଁ । ତେଣୁ ଏହାକୁ ଅନ୍ୟ ରାଜ୍ୟକୁ ସଂପ୍ରସାରିତ କରାଯିବ ବୋଲି ସେ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଏହାକୁ ପୁନଃଜୀବିତ କରିବା ପାଇଁ ନିଗମ ଆମକୁ ଆହୁରି ୩୦୦୦ ବସ ଯୋଗାଇ ଦେବ ।
ସୂଚନାଯୋଗ୍ୟ ଉତ୍ତର କର୍ଣ୍ଣାଟକ ସଡକ ପରିବହନ, ଉତ୍ତର କର୍ଣ୍ଣାଟକ ପରିବହନ ନିଗମ ଏବଂ କର୍ଣ୍ଣାଟକ ରାଜ୍ୟ ପରିବହନ ସଡକ ନିଗମର ମିଳିତ ସହଯୋଗରେ ଚାଲୁଥିବା ଭୋଲ୍ୱୋ ବସ୍ ରୁ ବିଶେଷ ରାଜସ୍ୱ ମିଳୁନଥିଲା ।