ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଭାରତରେ କରୋନା ମହାମାରୀର ଚିନ୍ତା ମଧ୍ୟରେ ବ୍ରିଟେନ ନିକଟରେ ଯାତ୍ରୀମାନଙ୍କ ଆଗମନକୁ ବାରଣ କରିଛି। ବର୍ତ୍ତମାନ ଏୟାର ଇଣ୍ଡିଆ ୨୪ ରୁ ୩୦ ଏପ୍ରିଲ ପର୍ୟ୍ୟନ୍ତ ବ୍ରିଟେନକୁ ଯାଉଥିବା ବିମାନକୁ ବାତିଲ କରିଦେଇଛି। ଏନେଇ ଏୟାର ଇଣ୍ଡିଆ ପକ୍ଷରୁ ସୂଚନା ମିଳିଛି ।
ଏୟାର ଇଣ୍ଡିଆ କହିଛି, “ଯେଉଁ ଯାତ୍ରୀମାନେ ଭାରତ ଏବଂ ବ୍ରିଟେନ ମଧ୍ୟରେ ଯାତ୍ରା କରିବାକୁ ଯାଉଥିଲେ ସେମାନେ ଧ୍ୟାନ ଦେବା ଉଚିତ୍ ଯେ ବ୍ରିଟେନ ଦ୍ୱାରା ଲାଗୁ ହୋଇଥିବା ପ୍ରତିବନ୍ଧକ ଯୋଗୁଁ ବ୍ରିଟେନକୁ ସମସ୍ତ ବିମାନ ୨୪ ରୁ ୩୦ ଏପ୍ରିଲ ୨୦୨୧ ରୁ ବାତିଲ କରାଯାଇଛି । ଯାତ୍ରାର ନୂତନ ସମୟ ଏବଂ ରିଫଣ୍ଡ ବିଷୟରେ ଖୁବ୍ ଶୀଘ୍ର ସୂଚନା ଦିଆଯିବ ।