ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଭାରତ ସରକାରଙ୍କ ନିର୍ଦ୍ଦେଶ ପରେ ସେରମ ଇଂଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆ ତାର କୋଭିଡ ଟୀକା କୋଭିସିଲ୍ଡର ଦର ଧାର୍ଯ୍ୟ କରିଛି । ରାଜ୍ୟ ସରକାରଙ୍କ ପାଇଁ କୋଭିସିଲ୍ଡ ଟୀକାର ପ୍ରତ୍ୟେକ ଡୋଜ ର ଦାମ ୪୦୦ ଟଙ୍କା ଏବଂ ଘରୋଇ ହସ୍ପିଟାଲ ପାଇଁ ପ୍ରତି ଡୋଜର ଦାମ ୬୦୦ ଟଙ୍କା କରାଯାଇଛି । କରୋନାରୁ ରକ୍ଷା ପାଇବା ପାଇଁ କୋଭିସିଲ୍ଡର ଦୁଇଟି ଡୋଜ ଦିଆଯାଉଛି ।
ସେରମ ଇଂଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆର ସିଇଓ ଆଦର ପୁନୱାଲା କହିଛନ୍ତି, ଆସନ୍ତା ଦୁଇମାସ ପାଇଁ ଆମେ ଟିକା ଉତ୍ପାଦନ କ୍ଷମତା ବୃଦ୍ଧି କରିବୁ । ଆମର କ୍ଷମତାର ୫୦ ପ୍ରତିଶତ ଭାରତ ସରକାର ଟୀକାକରଣ ଅଭିଯାନକୁ ଦିଆଯିବ ଏବଂ ଅବଶିଷ୍ଟ ୫୦ ପ୍ରତିଶତ ରାଜ୍ୟ ସରକାର ଏବଂ ଘରୋଇ ଡାକ୍ତରଖାନା ପାଇଁ ଦିଆଯିବ।
କମ୍ପାନୀ କହିଛି ଯେ ଅନ୍ୟ ଟିକା ତୁଳନାରେ ଏହାର ଟିକା ସବୁଠାରୁ ଶସ୍ତା ଅଟେ। ଆମେରିକୀୟ କମ୍ପାନୀ ଫାଇଜର ଏବଂ ମଡର୍ନା ଏହି ଟିକା ଡୋଜ୍ ପିଛା ୧୫୦୦ ଟଙ୍କା । ସ୍ପୁଟ୍ନିକ୍ ଭି ର ମୂଲ୍ୟ ୭୫୦ ଟଙ୍କା ।