ଚେନ୍ନାଇ (ଏଟିଆର ବ୍ୟୁରୋ): ଏକ ବଡ ଦୁର୍ଘଟଣାରୁ ବର୍ତ୍ତି ଯାଇଛି ଏୟାର ଇଣ୍ଡିଆ ବିମାନ । ଦୁବାଈ ଯାଉଥିବା ଏୟାର ଇଣ୍ଡିଆ ବିମାନଟି ରନୱେରୁ ଟେକ୍ଅଫ ବେଳେ ଚିତ୍ରିଠାରେ କାନ୍ଥରେ ପିଟି ହୋଇଯାଇଥିଲା । ବିମାନରେ ୧୩୬ ଜଣ ଯାତ୍ରୀ ଯାତ୍ରା କରୁଥିଲେ । ଟେକ୍ ଅଫ ବେଳେ ବିମାନର ଚକ କାନ୍ଥରେ ମାଡ ହେବା ପରେ ବିମାନର ଗତି ପରିବର୍ତ୍ତନ କରାଇ ମୁମ୍ବାଇ ବିମାନବନ୍ଦରରେ ସୁରକ୍ଷିତ ଭାବେ ଲ୍ୟାଣ୍ଡିଙ୍ଗ କରାଯାଇଥିଲା ।
ବିମାନଟି ମୁମ୍ବାଇରେ ଓହ୍ଲାଇବା ପରେ ବିମାନବନ୍ଦର ଅଧିକାରୀ ଘଟଣାର ସମୀକ୍ଷା କରିଥିଲେ । କାନ୍ଥରେ ମାଡ ହେବା ଯୋଗୁଁ ବିମାନର ତଳ ଭାଗ ନଷ୍ଟ ହୋଇଯାଇଛି । ବିମାନର ବେଗ ଏତେ ଥିଲା ଯେ କାନ୍ଥ ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିବାର ଜାଣିବାକୁ ମିଳିଛି । ଘଟଣାରେ ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି ।