ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଲକ୍ ଡାଉନ୍ ପାଇଁ ଦୀର୍ଘ ୨ ମାସ ଯାଏଁ ବନ୍ଦ ପଡିଥିବା ବିମାନ ସେବା ମେ ୨୫ ରେ ପୁଣି ଆରମ୍ଭ ହୋଇଛି । ବିମାନ ସେବା ଆରମ୍ଭ ହେବାର ପ୍ରଥମ ଦିନରେ ହିଁ ରାଜ୍ୟ ଗୁଡିକର ପ୍ରତିବନ୍ଧକ ଯୋଗୁଁ ୬୩୦ ବିମାନ ଉଡାଣ ବାତିଲ କରାଯାଇଥିଲା । ଯାହାଫଳରେ ଯାତ୍ରୀଙ୍କୁ ଅନେକ ସମସ୍ୟାର ସାମ୍ନା କରିବାକୁ ପଡିଥିଲା ଏବଂ ଟଙ୍କା ରିଫଣ୍ଡକୁ ନେଇ ଚିନ୍ତିତ ଥିଲେ ଯାତ୍ରୀ । ଏପରିକି ବିମାନ ଟିକେଟ ରଦ୍ଦ ହେବା ପରେ ବି ଟଙ୍କା ରିଫଣ୍ଡ ନମିଳିବାର ଅଭିଯୋଗ କିଛି ଯାତ୍ରୀ ସୋସିଆଲ ମିଡିଆରେ କରିଥିଲେ । ମାତ୍ର ଏବେ ଇଣ୍ଡିଗୋ ଏବଂ ଏୟାର ଏସିୟା ପକ୍ଷରୁ ରଦ୍ଦ ହୋଇଥିବା ବିମାନ ଟିକେଟର ରିଫଣ୍ଡ କରିବା ଆରମ୍ଭ କରି ଦିଆଯାଇଛି । ବିମାନ କମ୍ପାନୀ ଗୁଡିକ ଟିକେଟର ରିଫଣ୍ଡ ଟ୍ରାଭେଲ ଏଜେନ୍ସି ଆକାଉଣ୍ଟକୁ କରିବା ଆରମ୍ଭ କରିଛନ୍ତି ।
ଏନେଇ ଟ୍ରାଭେଲ ପୋର୍ଟାଲ ଇଜିମାଇଟ୍ରିପ ଡଟ୍ କମ୍ ସୂଚନା ଦେଇଛି କି, ବିମାନ କମ୍ପାନୀ ଏହି ପ୍ରକ୍ରିୟା ଦ୍ୱାରା ଏବେ ଟ୍ରାଭେଲ ଏଜେଣ୍ଟକୁ ଆଶ୍ୱସ୍ତି ମିଳିବ । ଏବେ ସେମାନେ ସେମାନଙ୍କର ଗ୍ରାହକଙ୍କୁ ରିଫଣ୍ଡ ଜାରି କରିପାରିବେ ।