ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ବହୁ ଚର୍ଚ୍ଚିତ ନିର୍ଭୟା ଗଣଦୁଷ୍କର୍ମ ଅଭିଯୁକ୍ତ ଅକ୍ଷୟ କୁମାର ସିଂହର କ୍ୟୁରେଟିଭ ପିଟିସନକୁ ଆଜି ସୁପ୍ରିମ କୋର୍ଟ ଖାରଜ କରି ଦେଇଛନ୍ତି । ଜଷ୍ଟିସ ଏନଭି ରମଣ, ଅରୁଣ ମିଶ୍ର, ରୋହିନଟନ ନରିମ୍ୟାନ, ଆର ଭାନୁମତି, ଅଶୋକ ଭୂଷଣଙ୍କ ମିଳିତ ୫ ଜଣିଆ ଖଣ୍ଡପୀଠ ଏହି ଆବେଦନକୁ ଖାରଜ କରିଛନ୍ତି । ଖଣ୍ଡପୀଠ କହିଛନ୍ତି ଆବେଦନକାରୀଙ୍କ ପିଟିସନରେ କୌଣସି ବଳିଷ୍ଠ ଯୁକ୍ତି ନାହିଁ । ଏପଟେ ଏବେ କେବଳ ଅକ୍ଷୟଙ୍କ ପାଖରେ ରାଜକ୍ଷମା ଆବେଦନ କରିବାର ସୁଯୋଗ ରହିିଛି ।
ସୂଚନାଯୋଗ୍ୟ ଅପରାଧୀ ମୁକେଶ ସିଂହର ପିଟିସନ ବୁଧବାର ସୁପ୍ରିମକୋର୍ଟରେ ଅଗ୍ରାହ୍ୟ ହୋଇଯାଇଛି। ଏଣୁ କୋର୍ଟଙ୍କ ମୃତ୍ୟୁଦଣ୍ଡାଦେଶରୁ ବର୍ତ୍ତିବା ଲାଗି ଆଇନରେ ଥିବା ସମସ୍ତ ବିକଳ୍ପ ମୁକେଶ ଲାଗି ବନ୍ଦ ହୋଇଯାଇଛି। ସେପଟେ ଅଭିଯୁକ୍ତ ବିନୟ ଶର୍ମା ରାଜକ୍ଷମା ଆବେଦନ କରିଛି । ପବନ ଗୁପ୍ତା ଏଯାବତ କ୍ୟୁରି ପିଟିସନ କି ରାଜକ୍ଷମା ଆବେଦନ କରି ନାହିଁ ।