ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ):ବିହାର, ଆସାମ ଏବଂ ଉତ୍ତରପ୍ରଦେଶର ଅନ୍ୟ ଅଞ୍ଚଳରେ ଥିବା ୪ ମିଲିୟନ୍ ଲୋକ ବନ୍ୟା ଘେରରେ ବନ୍ଦି ହୋଇ ରହିଛନ୍ତି । ବନ୍ୟାର ଏହି ଭୟାନକ ରୂପ ଦେଖିବା ପରେ ବନ୍ୟା ପିଡିତଙ୍କୁ ସହାୟକର ହାତ ବଢାଇଛନ୍ତି ବଲିଉଡ ସୁପରଷ୍ଟାର ଅକ୍ଷୟ କୁମାର । ଆସାମର ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠି ଏବଂ କାଜିରଙ୍ଗା ନ୍ୟାସନାଲ ପାର୍କ ପାଇଁ ଦୁଇ କୋଟି ଟଙ୍କା ଦାନ କରିଛନ୍ତି ଶ୍ରୀ କୁମାର ।
ଏନେଇ ଅକ୍ଷୟ କୁମାର ତାଙ୍କ ଟ୍ୱିଟର ଜରିଆରେ ସୂଚନା ଦେଇଛନ୍ତି । ସେ କହିଛନ୍ତି କି , ‘ଆସାମରେ ବନ୍ୟା ଜଳ ପ୍ରଭାବିତ ଲୋକଙ୍କୁ ଦେଖିବା ପରେ ହୃଦୟ ଭାଙ୍ଗି ପଡିଲା ଭଳି ଲାଗୁଛି । ମଣିଷ ହୁଅନ୍ତୁ ଅବା ପଶୁ, ଏହି ସମୟରେ ସମସ୍ତଙ୍କୁ ସହଯୋଗର ଆବଶ୍ୟକତା ରହିଛି । ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠି ଏବଂ କାଜିରଙ୍ଗା ନ୍ୟାସନାଲ ପାର୍କ ପାଇଁ ଦୁଇ କୋଟି ଟଙ୍କା ମୁଁ ଦାନ କରୁଛି, ଏହାସହିତ ମୁଁ ଲୋକଙ୍କୁ ଅପିଲ କରୁଛି କି ବନ୍ୟା ପ୍ରଭାବିତ ଲୋକ ଏବଂ ଜୀବଜନ୍ତୁଙ୍କ ସାହାୟକ ପାଇଁ ଲୋକେ ଆଗକୁ ଆସନ୍ତୁ ।’
Absolutely heartbreaking to know about the devastation by floods in Assam.All affected, humans or animals,deserve support in this hour of crisis.I’d like to donate 1cr each to the CM Relief Fund & for Kaziranga Park rescue.Appealing to all to contribute @CMOfficeAssam @kaziranga_
— Akshay Kumar (@akshaykumar) July 17, 2019
ସେପଟେ ବନ୍ୟା ପ୍ରଭାବରେ ସ୍ଥିତି ସମ୍ପୂର୍ଣ୍ଣ ବିଗିଡି ଯାଇଛି । ପାଖାପାଖି ଏକ ମିଲିୟନରୁ ଅଧିକ ଜୀବଯନ୍ତୁ ପ୍ରଭାବିତ ହୋଇଛନ୍ତି ।