ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ଅଯୋଧ୍ୟା ରାୟର ହେବନାହିଁ ପୁନର୍ବିଚାର ଏମିତି ଏକ ଶୁଣାଣୀ କରିଛନ୍ତି ସୁପ୍ରିମକୋର୍ଟ । ଏନେଇ ହୋଇଥିବା ସମସ୍ତ ୧୮ ଟି ଆବେଦନକୁ ଖାରଜ କରିଛନ୍ତିି ସୁପ୍ରମକୋର୍ଟ । ପ୍ରଧାନ ବିଚାରପତି ଜଷ୍ଟିସ ଏସ.ଏ. ବୋବଡ଼େ, ଜଷ୍ଟିସ ଡି.ଓ୍ଵାଇ.ଚନ୍ଦ୍ରଚୂଡ଼, ଅଶୋକ ଭୂଷଣ, ଅବଦୁଲ ନାଜିର ଓ ସଂଜୀବ ଖନ୍ନାଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ପୁନର୍ବିଚାର ମାମଲାଗୁଡ଼ିକୁ ଖାରଜ କରିଦେଇଛନ୍ତି ।
ସୂଚନାଯୋଗ୍ୟ ନଭେମ୍ବର ୯ରେ ସୁପ୍ରିମକୋର୍ଟ ଅଯୋଧ୍ୟା ବିବାଦୀୟ ଜମିକୁ ନେଇ ଦେଇଥିବା ଐତିହାସିକ ରାୟ ଉପରେ ୧୮ଟି ସମୀକ୍ଷା ଆବେଦନ ହୋଇଥିଲା। ନଭେମ୍ବର ୯ରେ ତତ୍କାକାଳୀନ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ରଞ୍ଜନ ଗୋଗଇଙ୍କ ଅଧ୍ୟକ୍ଷତାରେ ୫ଜଣିଆ ଖଣ୍ଡପୀଠ ଏହି ରାୟ ଶୁଣାଇଥିଲେ ।ଏହି ରାୟରେ ବିବାଦୀୟ ମସଜିଦ ଉପରେ ରାମ ମନ୍ଦିର ନିର୍ମାଣ କରିବାକୁ ନିର୍ଦେଶ ହୋଇଥିବା ବେଳେ ସୁନ୍ନି ଓ୍ବାକଫ ବୋର୍ଡକୁ ୫ ଏକର ଜମି ଦେବାକୁ କୋର୍ଟ ନିର୍ଦ୍ଦେଶ ହୋଇଛି । ଅଯୋଧ୍ୟାର ଏକ ପ୍ରମୁଖ ସ୍ଥାନରେ ଏହି ୫ ଏକର ଜମି ଦେବାକୁ ସୁପ୍ରିମକୋର୍ଟ ନିର୍ଦେଶ ଦେଇଛନ୍ତି।