ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଧର୍ମ ପରିବର୍ତ୍ତନକୁ ନେଇ ଇଲାହାବାଦ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି । କୋର୍ଟ ପକ୍ଷରୁ କୁହାଯାଇଛି କି କେବଳ ବିବାହ ପାଇଁ ଧର୍ମ ପରିବର୍ତ୍ତନ ବୈଧ ନୁହେଁ । କାରଣ ଏଭଳି ଧର୍ମ ପରିବର୍ତ୍ତନ କୌଣସି ବିଶେଷ ଉଦ୍ଦ୍ୟେଶ ପାଇଁ କରାଯାଇଥାଏ । ଧର୍ମ ପରିବର୍ତ୍ତନ ପରେ ବିବାହ କରୁଥିବା ଯୋଡି ଦ୍ୱାରା ସଂରକ୍ଷଣ ଦେବାର ଦାବିରେ ଦାଖଲ ପିଟିସନକୁ ଖାରଜ କରି ଏହି ନ୍ୟାୟମୂର୍ତ୍ତି ଏମସି ତ୍ରୀପାଠି ଏହି ଆଦେଶ ଦେଇଛନ୍ତି ।
ଏକ ଦମ୍ପତି ହାଇକୋର୍ଟରେ ପିଟିସନ ଦାଖଲ କରିଥିଲେ । ଉଭୟ ନିଜ ସ୍ୱଇଛାରେ ବିବାହ କରିଥିଲେ କିନ୍ତୁ ଏହି ବିବାହରେ ଖୁସୀ ନଥିଲେ ଝିଅର ପିତା । ସେଥିପାଇଁ କୋର୍ଟରେ ଦମ୍ପତି ତାଙ୍କର ବୈବାହିକ ଜୀବନରେ କାହାରି ହସ୍ତକ୍ଷେପ ନ କରିବା ଏବଂ ପୋଲିସ ସୁରକ୍ଷା ଦେବା ପାଇଁ ଦାବି କରିଥିଲେ ।
ଏହି ମାମଲାରେ କୋର୍ଟ ପକ୍ଷରୁ କୁହାଯାଇଛି କି, ଏହି ମାମଲାକୁ ଦେଖି ସ୍ପଷ୍ଟ ହେଉଛି କି ଝିଅଟି ଜନ୍ମରୁ ମୁସଲମାନ ଏବଂ ସେ ୨୯ ଜୁନ୍ ୨୦୨୦ ରେ ଧର୍ମ ପରିବର୍ତ୍ତନ କରି ହିନ୍ଦୁ ଧର୍ମକୁ ସ୍ୱୀକାର କରିଛି । ଏହାପରେ ଜୁଲାଇ ୩୧ ରେ ହିନ୍ଦୁ ରୀତିନୀତିରେ ବିବାହ କରିଛି । ଏଥିରୁ ସ୍ପଷ୍ଟ ହେଉଛି କି କେବଳ ବିବାହ କରିବା ପାଇଁ ଧର୍ମ ପରିବର୍ତ୍ତନ କରାଯାଇଛି ।
ସେଥିପାଇଁ ଇଲାହାବାଦ ହାଇକୋର୍ଟ ନୁର ଜହାଁ ବେଗମ କେସର ନଜିରକୁ ଦେଖି କହିଛନ୍ତି କି, ବିବାହ ପାଇଁ ଧର୍ମ ପରିବର୍ତ୍ତନ କରିବା ସ୍ୱୀକାର୍ଯ୍ୟ ନୁହେଁ । ଏହି କେସରେ ହିନ୍ଦୁ ଝିଅ ଧର୍ମ ପରିବର୍ତ୍ତନ କରି ମୁସଲମାନ ପୁଅକୁ ବିବାହ କରିଥିଲା । ଏଠି ପ୍ରଶ୍ନ ଥିଲା କି ହିନ୍ଦୁ ଝିଅ ଧର୍ମ ପରିବର୍ତ୍ତନ କରି ମୁସଲମାନ ପୁଅକୁ ବିବାହ କରି ପାରିବ ଏବଂ ବିବାହ ବୈଧ ହେବ ।
ଏଥିରେ କୋର୍ଟ କହିଥିଲେ କି, ଇସଲାମ ବିଷୟରେ ବିନା ଜାଣି ଏବଂ ବିନା ଆସ୍ଥା ବିଶ୍ୱାସରେ ଧର୍ମ ପରିବର୍ତ୍ତନ ସ୍ୱୀକାର୍ଯ୍ୟ ନୁହେଁ । ଏହା ଇସଲାମ ବିରୋଧ ।