ନୂଆ ଦିଲ୍ଲୀ (ଏଟିଆର ବ୍ୟୁରୋ): ଗୃହ ମନ୍ତ୍ରୀ ଅମିତ ସାହା କୋରୋନା ପଜିଟିଭ ଚିନ୍ହଟ ହୋଇଛନ୍ତି । ସେ ନିଜେ ଏହା ଟ୍ୟିଟ୍ କରିଛନ୍ତି । ପ୍ରଥମେ କୋରୋନାର ଲକ୍ଷଣ ଦେଖାଯିବା ପରେ ସେ ଟେଷ୍ଟ କରାଇଥିଲେ ପରେ ତାଙ୍କ ରିପୋର୍ଟ ପଜିଟିଭ ଆସିଥିଲା ।
कोरोना के शुरूआती लक्षण दिखने पर मैंने टेस्ट करवाया और रिपोर्ट पॉजिटिव आई है। मेरी तबीयत ठीक है परन्तु डॉक्टर्स की सलाह पर अस्पताल में भर्ती हो रहा हूँ। मेरा अनुरोध है कि आप में से जो भी लोग गत कुछ दिनों में मेरे संपर्क में आयें हैं, कृपया स्वयं को आइसोलेट कर अपनी जाँच करवाएं।
— Amit Shah (@AmitShah) August 2, 2020
ବର୍ତ୍ତମାନ ସେ ସୁସ୍ଥ ଅନୁଭବ କରୁଛନ୍ତି କିନ୍ତୁ ଡାକ୍ତରଙ୍କ କହିବା ଅନୁସାରେ ସେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । କିଛି ଦିନ ପୂର୍ବରୁ ତାଙ୍କ ସହ ମିଳା ମିଶା କରିଥିବା ଲୋକଙ୍କୁ କୋରୋନା ଟେଷ୍ଟ କରିବା ପାଇଁ ସେ ତାଙ୍କ ଟ୍ୟିଟର ପୋଷ୍ଟରେ ଅନୁରୋଧ କରିଛନ୍ତି ।