ୟୁପି (ଏଟିଆର ବ୍ୟୁରୋ): ପୂର୍ବ ଓ ଉତ୍ତର ଭାରତରେ ଏବେ ବି ନାଗରିକତା ସଂଶୋଧନ ଆଇନକୁ ନେଇ ଅସନ୍ତୋଷ ଦେଖିବାକୁ ମିଳୁଛି । ଏମିତି କି ପଶ୍ଚିମବଙ୍ଗରେ ଏହାକୁ ଏବେ ବି ବିରୋଧ କରାଯାଉଛି । ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ସିଧା ସଳଖ ଚ୍ୟାଲେଞ୍ଜ କରିଛନ୍ତି ରାଜ୍ୟରୁ କୌଣସି ବି ବ୍ୟକ୍ତିଙ୍କୁ ବିତାଡିତ କରାଯିବ ନାହିଁ । ତେବେ ଏହିଭଳି ଏକ ସମୟରେ ଗୃହମନ୍ତ୍ରୀ ଅମିତ ଶାହା ଏକ ଜନ ସଭାକୁ ଉଦଭୋଧନ ଦେଇ କହିଛନ୍ତି କୌଣସିବି ସ୍ଥିତିରେ ନାଗରିକତା ଆଇନ ପ୍ରତ୍ୟାହାର ହେବ ନାହିଁ । ଉତ୍ତର ପ୍ରଦେଶର ଲକ୍ଷେ୍ନøର ଏକ ଜନସଭାରେ ଏହା କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଏହାକୁ ନେଇ ଦେଶରେ ହେଉଥିବା ହିଂସାକାଣ୍ଡ ପାଇଁ ଦାୟୀ ହେଉଛନ୍ତି ଏହି ଆଇନକୁ ବିରୋଧ କରୁଥିବା ଦଳ । ଲୋକମାନଙ୍କୁ ମିଛ କୁହାଯାଉଛି । ମିଛରେ କୁହାଯାଉଛି ଏହି ଆଇନ ବଳରେ ମୁସଲମାନ ମାନଙ୍କ ନାଗରିକତା ଚାଳଇଯିବ ବୋଲି ।
ଏନେଇ ସେ ସିଧା ଅଖିଳେଶ ଯାଦବଙ୍କୁ ଟାର୍ଗେଟ କରିଛନ୍ତି । କହିଛନ୍ତି ଅଖିଳେଶ ଯାଦବ ମିଥ୍ୟା ପ୍ରଚାର କରିବାକୁ ସାର୍ବଜନୀନ ମଞ୍ଚ ଖୋଜି ନେଇଛନ୍ତି । ଶରଣାର୍ଥୀଙ୍କୁ ନାଗରିକତା ଦେବା ପାଇଁ ଯେଉଁ ସବୁ କାର୍ଯ୍ୟ ହେବା କଥା କଂଗ୍ରେସ ସେସବୁ କରିନାହିଁ । ସେ ଉଦାହରଣ ଦେଇ କହିଛନ୍ତି ପାକିସ୍ତାନ,ବାଲାଂଦେଶ ଓ ଆଫଗାନିସ୍ତାନ ବିଭାଜିତ ହେବାପରେ ଏବେ ସେଠାରେ ରହିଯାଇଥିବା ହିନ୍ଦୁ, ଶିଖ, ଜୈନ,ବୌଦ୍ଧ ପାରସୀ ଧର୍ମର ଲୋକଙ୍କୁ ମହାତ୍ମାଗାନ୍ଧୀଙ୍କ ଜୟନ୍ତୀରେ ଜବରଦସ୍ତ ନିକାହ କରାଯାଉଛି । ଏମିତିକି ଏହି ସବୁ ଦେଶ ମାନଙ୍କରେ ଲୋକମାନଙ୍କ ଧର୍ମ ମଧ୍ୟ ଜୋର ଜବରଦସ୍ତ ପରିବର୍ତ୍ତନ କରାଯାଉଛି ।