ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କେନ୍ଦ୍ରୀୟ ଗୃହମନ୍ତ୍ରୀ ଅମିତ୍ ଶାହା ମଙ୍ଗଳବାର ଲୋକସଭାରେ ଧାରା ୩୭୦ ହଟାଇବାର ବିଲ୍ କୁ ଆଗତ କରିଛନ୍ତି । ଯାହାକୁ ନେଇ ଗୃହରେ ହଙ୍ଗାମା ଜାରି ରହିଛି । ଏନେଇ ସରକାରଙ୍କ ଉପରେ ବିରୋଧୀ ଦଳ କଂଗ୍ରେସ ପକ୍ଷରୁ ଆରୋପ ଲଗାଯାଇଛି କି, ସରକାର ନିୟମ ଉଲ୍ଲଂଘନ କରିବା ସହ ରାତାରାତି ଗୋଟେ ରାଜ୍ୟକୁ କେନ୍ଦ୍ରଶାସିତ ଅଞ୍ଚଳ କରିଦେଇଛନ୍ତି । ଏହାପରେ ଶାହା ଏହାର ଯବାବ ମାଗିଛନ୍ତି କହିଛନ୍ତି କି କେଉଁ ନିୟମ ଭଙ୍ଗ କରାଯାଇଛି କୁହନ୍ତୁ । ସେପଟେ ଶ୍ରୀନଗରରେ ୧୪୪ ଧାରା ଜାରି ରହିଛି । ଜରୁରୀ କାମ ପାଇଁ ଲୋକେ ବାହାରକୁ ବାହାରୁଛନ୍ତି ଏବଂ ସ୍ଥାନୀୟ କ୍ଷେତ୍ରରେ ଶାନ୍ତି ପରିସ୍ଥିତି ବଳବତ୍ତର ରହିଛି ।
ଗୃହମନ୍ତ୍ରୀ କହିଛନ୍ତି କି , ଆଜି ଯାହା ଉପରେ ସଦନ ବିଚାର କରୁଛି ସେହି ପ୍ରସ୍ତାବ ଏବଂ ବିଧେୟକ ଭାରତ ଇତିହାସରେ ସ୍ୱର୍ଣ୍ଣ ଅକ୍ଷରରେ ଲେଖାହେବ । ଏକ ସମ୍ବିଧାନ ପାଇଁ ରାଷ୍ଟ୍ରପତି ଗତକାଲି ଆଦେଶ ଦେଇଛନ୍ତି । ସେହି ଅନୁଯାୟୀ ଭାରତ ସମ୍ବିଧାନର ସମସ୍ତ ନିୟମ ଜାମ୍ମୁ-କାଶ୍ମୀରରେ ଲାଗୁ ହେବ । ଏହାସହିତ କାଶ୍ମୀର ଆଉ ସ୍ୱତନ୍ତ୍ର ରାଜ୍ୟ ହୋଇ ରହିବ ନାହିଁ । ଏନେଇ ମୁଁ ପୁର୍ନଗଠନ ବିଲ ନେଇ ଆସିଛି । ଜାମ୍ମୁ-କାଶ୍ମୀର ଭାରତର ଅବିଚ୍ଛେଦ ଅଙ୍ଗ । ଏହାଉପରେ କୌଣସି ଆଇନ କିମ୍ବା ସାମ୍ବିଧାନିକ ବିବାଦ ନାହିଁ ।
ସେପଟେ କଂଗ୍ରେସକୁ ଜବାବ ଦେଇ ଶାହା କହିଛନ୍ତି କି, ଜାମ୍ମୁ-କାଶ୍ମୀର ଭାରତୀୟ ସଂଘର ଅବିଛେଦ ଅଙ୍ଗ । କାଶ୍ମୀର ସୀମାରେ ପିଓକେ ବି ଆସୁଛି । ଏଥିପାଇଁ ବେଳ ପଡିଲେ ଜୀବନ ବି ଦେଇଦେବୁ । ଯେବେ ବି ଗୃହରେ ମୁଁ ଜାମ୍ମୁ ଏବଂ କାଶ୍ମୀର ରାଜ୍ୟ କଥା ଉଠାଇଛି ସେବେ ପାକିସ୍ତାନ ଅଧିକୃତ କାଶ୍ମୀର ଏବଂ ଚୀନ ଏହି ଦୁଇଟି ଦେଇ ସାମିଲ ରହିଛି । ଜାମ୍ମୁ ଏବଂ କାଶ୍ମୀର ଉପରେ ଆଇନ ବନାଇବାର ଅଧିକାର ସଂସଦର ରହିଛି । କେହି ଆମକୁ ଆଇନ ବନାଇବାରେ ରୋକି ପାରିବେ ନାହିଁ ।