ଆସାମ(ଏଟିଆର ବ୍ୟୁରୋ): ଆଜି ପୁରା ଦେଶ ୭୧ତ୍ତମ ସାଧାରଣତନ୍ତ୍ର ଦିବସ ପାଳନ କରୁଛି । ଏଥିପାଇଁ ସାରା ଦେଶର ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ।
କୌଣଷି ବିପଦ ଜନକ ପରିସ୍ଥିତିକୁ ଏଡାଇବା ପାଇଁ ସାରା ଦେଶକୁ ପୋଲିସ ଛାଉଣୀ କରାଯାଇଥିଲା ବେଳେ ଆସାମର ୪ଟି ସ୍ଥାନରେ ବିସ୍ଫୋରଣ ହୋଇଛି । ସୂଚନା ଅନୁସାରେ ଆସାମର ୨ଟି ଜିଲ୍ଲାର ୪ଟି ସ୍ଥାନରେ ଯୋଜନାବଧ୍ଧ ଭାବରେ ଗ୍ରେନେଡ ଦ୍ୱାରା ବିସ୍ଫୋରଣ କରାଯାଇଛି ।
ସାଧାରଣତନ୍ତ୍ର ଦିବସ ପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି ଥିଲେ ମଧ୍ୟ ଏଭଳି ବିସ୍ଥୋରଣ କିପରି ଘଟିଲା ସେ ନେଇ ସମସ୍ତଙ୍କ ମନରେ ପ୍ରଶ୍ନ ଉଠିଛି । ବିସ୍ଫୋରଣ ର ଖବର ପାଇଁ ସ୍ଥାନୀୟ ପୋଲିସ ତଦନ୍ତ ଆରମ୍ଭ କରିଛି ।
ଆସାମର ଦୁଇଟି ଜିଲ୍ଲା ଦିବରୁଗଡ ଓ ଚରାଇଦେବ ରେ ଏହି ବିସ୍ଫୋରଣ ଘଟିଛି । ତେବେ ଦିବରୁଗଡର ୩ଟି ସ୍ଥାନରେ ବିସ୍ଫୋରଣ ହୋଇଥିବା ବେଳେ ଚରାଇଦେବର ଗୋଟିଏ ସ୍ଥାନରେ ବିସ୍ଫୋରକ କାରୀ ମାନେ ବିସ୍ଫୋରଣ କରିଥିଲେ ।