ମୁମ୍ବାଇ ( ଏଟିଆର ବ୍ୟୁରୋ): ମୁମ୍ବାଇ ମହାରଣା ପ୍ରତାପ ଠାରେ ଥିବା ଜିଏଟି ଭବନରେ ନିଆଁ ଲାଗି ଯାଇଛି । ପ୍ରଥମେ ୮ ମ ମହଲାରେ ନିଆଁ ଲାଗିଥିବା ବେଳେ ଏବେ ଏହି ନିଆଁ ୯ ମ ମହଲାକୁ ବ୍ୟାପି ଯାଇଛି । ଘଟଣା ସ୍ଥଳରେ ୯ ଟି ଦଳମକ ବାହୀନି ପହଞ୍ଚି ନିଆଁକୁ ଆୟତ୍ତ କରୁଛନ୍ତିି । କେଉଁ କାରଣରୁ ନିଆଁ ଲାଗିଛି ତାହା ଏଯାବତ ସ୍ପଷ୍ଟ ହୋଇନାହିଁ ।
୮ ଓ ୯ମ ମହଲାରେ ପ୍ରବଳ ଧୂଆଁ ଉଠୁଥିବାର ଦେଖିବାକୁ ମିଳିଛି । ଏହି ମହଲାରେ ଥିବା ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଓ ଆସବା ପତ୍ର ପୋଡି ଯାଇଥିବା ଅନୁମାନ କରାଯାଉଛି । କୌଣସି ଲୋକଙ୍କର ମୃତ୍ୟୁ ହୋଇନାହିଁ । ଏହା ସର୍ଟ ସର୍କିଟରୁ ହୋଇଥାଇ ପାରେ ବୋଲି ଅନୁମାନ କରାଯାଉଛି । ଉଦ୍ଧାର କାର୍ଯ୍ୟ ଏବେ ବି ଜାରି ରହିଛି ।