ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଦେଶରେ କରୋନା ଭାଇରସ ଦ୍ରୁତ ଗତିରେ କାୟା ମେଲାଉଛି । ଏହାକୁ ଦୃଷ୍ଟିରେ ରଖି ସୁପ୍ରିମ କୋର୍ଟ ଆଡଭୋକେଟ ଅନ୍ ରେକର୍ଡ (ଏଓଆର) ଆସୋସିଏସନ୍ ପକ୍ଷରୁ ସମସ୍ତ ସଦସ୍ୟଙ୍କର ଆଗାମୀ ଅପ୍ରିଲ ୪ ତାରିଖ ପର୍ଯ୍ୟନ୍ତ କୋର୍ଟ ଯିବା ଉପରେ ରୋକ୍ ଲାଗଯାଇଛି । ଏହାସହିତ ସମସ୍ତ କାର୍ଯ୍ୟ ବନ୍ଦ କରିବା ପାଇଁ ମୁଖ୍ୟ ବିଚାରପତି ଅନୁରୋଧ କରିଛନ୍ତି । ଆସୋସିଏସନ୍ ର ଜରୁରୀକାଳୀନ ବୈଠକରେ ଏହି ପ୍ରସ୍ତାବ ପାରିତ ହୋଇଛି ।
ଆସୋସିଏସନ୍ ର ପ୍ରସ୍ତାବ ଅନୁଯାୟୀ କରୋନା ମହାମାରୀ ଯୋଗୁଁ କୌଣସି ବି ସଦସ୍ୟ ଅପ୍ରିଲ ୪ ପର୍ଯ୍ୟନ୍ତ ସୁପ୍ରିମ କୋର୍ଟର କୌଣସି ବେଞ୍ଚରେ ଯୋଗ ଦେବେ ନାହିଁ ।
କେବଳ ଅତି ଜରୁରୀ ମାମଲାରେ ସୁପ୍ରିମ କୋର୍ଟ ଶୁଣାଣି କରିବ । ଆବଶ୍ୟକ ପଡିଲେ କେବଳ ମାତ୍ର ସୁପ୍ରିମ କୋର୍ଟ ଗୋଟେ ଖଣ୍ଡପୀଠ ଉପଲବ୍ଧ ହେବ । ତାହା ପୁଣି ବୁଧବାର ଦିନ ବସିବ । ମାମଲାର ଶୁଣାଣି ପାଇଁ ଭିଡିଓ କନଫରେନସିଙ୍ଗ ବ୍ୟବସ୍ଥା କରାଯିବ ।