ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କରୋନା ଭାଇରସ ଯୋଗୁଁ ଦେଶର କିଛି ରାଜ୍ୟରେ ଲାଗୁ କରାଯାଇଥିବା ଲକ୍ ଡାଉନ୍ ବା ତାଲା ବନ୍ଦ ବ୍ୟବସ୍ଥାକୁ ଲୋକେ ଗୁରୁତ୍ୱପୂର୍ଣ୍ଣ ଭାବେ ନେଉ ନାହାନ୍ତି । ଏହାକୁ ଗୁରୁତ୍ୱପୂର୍ଣ୍ଣ ଭାବେ ପାଳନ କରିବା ପାଇଁ ଲୋକଙ୍କୁ ଅପିଲ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।
ଏନେଇ ମୋଦି ଟ୍ୱିଟ୍ କରି କହିଛନ୍ତି କି, ଲକ୍ ଡାଉନ୍ କୁ ଏବେ ବି କିଛି ଲୋକ ଗୁରୁତ୍ୱପୂର୍ଣ୍ଣ ଭାବେ ନେଉ ନାହାନ୍ତି । ଦୟାକରି ନିଜକୁ ବଞ୍ଚାନ୍ତୁ ଏବଂ ନିଜ ପରିବାରକୁ ମଧ୍ୟ ।ଏହାସହିତ ନିର୍ଦ୍ଦେଶନାମାକୁ ଗୁରୁତ୍ୱପୂର୍ଣ୍ଣ ଭାବେ ପାଳନ କରନ୍ତୁ । ରାଜ୍ୟ ସରକାରଙ୍କୁ ଅନୁରୋଧ କି, ନିୟମ ଏବଂ ଆଇନ କୁ ପାଳନ କରାନ୍ତୁ ।
लॉकडाउन को अभी भी कई लोग गंभीरता से नहीं ले रहे हैं। कृपया करके अपने आप को बचाएं, अपने परिवार को बचाएं, निर्देशों का गंभीरता से पालन करें। राज्य सरकारों से मेरा अनुरोध है कि वो नियमों और कानूनों का पालन करवाएं।
— Narendra Modi (@narendramodi) March 23, 2020