ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ଭାରତୀୟ ସୈନ୍ୟ ପାକିସ୍ତାନର ସବୁ ଦୁଃସାହସର ମୁହଁତୋଡ ଯବାବ ଦେବ । କାରଗିଲ ଯୁଦ୍ଧର ୨୦ ବର୍ଷ ଫୂର୍ତ୍ତି ଅବସରରେ ସେନା ପ୍ରମୁଖ ଜେନରାଲ ବିପିନ ରାଓତ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି । କୌଣସି ବି ଆତଙ୍କବାଦୀ କାର୍ଯ୍ୟକଳାପକୁ ଛଡା ଯିବ ନାହିଁ ।
ପାକିସ୍ତାନ ସେନା ବାରମ୍ଭାର ଦୁଃସାହସ କରୁଛି । ରାଜ୍ୟରେ ଥିବା ଆତଙ୍କବାଦୀ ହେଉ ଅବା ଅନୁପ୍ରବେଶ କାରୀ ହୁଅନ୍ତୁ କାହାରିକୁ ଛଡାଯିବ ନାହିଁ । ସେ ଆହୁରି ମଧ୍ୟ କହିଛନ୍ତି ଭାରତୀୟ ଦୃଢତାର ସହିତ ଆମ କ୍ଷତ୍ରୀୟ ପରିସୀମାକୁ ଜଗି ରହିଛି ।
ସବୁବେଳ ସେନା ପ୍ରସ୍ତୁତ ରହିଛି ଆତଙ୍କବାଦର ମୁହଁତୋଡ ଜବାବ ଦେବାକୁ । ଉରୀ ଏବଂ ବାଲାକୋଟରେ ଭାରତ କରିଥିବା ହମଲା ଆମ ରାଜନୈତିକ ଏବଂ ସୈନ୍ୟ ସଂକଳ୍ପକୁ ବୁଝାଉଛି । ଆତଙ୍କବାଦର କୌଣସି କାର୍ଯ୍ୟ କଳାପକୁ ବର୍ଦାସ୍ତ କରାଯିବ ନାହିଁ ବୋଲି ଶ୍ରୀ ରାଓତ କହିଛନ୍ତି ।