ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): ଟୋଲ ଗେଟରେ ଯବାନଙ୍କୁ ସାଲ୍ୟୁଟ ମାରିବେ ଟୋଲ କର୍ମଚାରୀ । କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ ନ୍ୟାସନାଲ ହାଇୱେ ଅଥେରିଟି ଅଫ ଇଣ୍ଡିଆ(ଏନଏଚଏଆଇ) ଦ୍ୱାରା ଭାରତୀୟ ଯବାନ ମାନଙ୍କୁ ସମ୍ମାନ ଜଣାଇବା ପାଇଁ ନୂଆ ପ୍ରୋଟୋକଲ ଜାରି କରାଯାଇଛି । ଏନଏଚଏଆଇ ଦ୍ୱାରା ଦେଶରେ ଥିବା ସମସ୍ତ ଟୋଲ ପ୍ଲାଜାର ମୁଖ୍ୟ ଅଧିକାରୀ ମାନଙ୍କୁ ଏକ ପତ୍ର ଲେଖାଯାଇ ସର୍କୁଲାର ଜାରି କରାଯାଇଛି । ଏହି ପତ୍ରରେ ଲେଖାଯାଇଛି ଯେ, ଟୋଲ ପ୍ଲାଜା ଦେଇ ଅତିକ୍ରମ କରୁଥିବା ଯବାନ ଓ ଅଧିକାରୀ ମାନଙ୍କୁ ସମ୍ମାନ ଜଣାଇ ସାଲ୍ୟଟୁ ମାରିବେ ଟୋଲ କର୍ମଚାରୀ । ଏହା ସହ ଏହାକୁ ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ ଏହି ପତ୍ରରେ ଲେଖାଯାଇଛି ।
ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ ଏଭଳି ବ୍ୟବସ୍ଥା କରାଯାଇ ନଥିଲା । ଟୋଲ ଗେଟ ଦେଇ ଯାଉଥିବା ଯବାନ ମାନଙ୍କୁ ଟୋଳ ଗୋଟ କର୍ମଚାରୀ ମାନେ ର୍ଦୁବ୍ୟବହାର କରୁଥିବା ଘଟଣା ଅନେକ ସମୟରେ ଦେଖିବାକୁ ମିଳିଛି । ଏନେଇ ଏନଏଚଏଆଇ କର୍ତ୍ତୃପକ୍ଷଙ୍କ ନିକଟକୁ ପୂର୍ବରୁ ବହୁ ଅଭିଯୋଗ ଅଣାଯାଇଛି । ତେବେ ପାଷ୍ଟ ଟ୍ୟାଗ ହେବା ଦିନ ଠାରୁ ଏହି ଘଟଣା ବୃଦ୍ଧି ପାଇଥିବାର ସୂଚନା ମିଳିଛି । ଏହାକୁ ନଜରରେ ରଖି ଏନଏଚଏଆଇ କର୍ତ୍ତୃପକ୍ଷ ଏଭଳି ପ୍ରୋଟୋକଲ ଜାରି କରିଛନ୍ତି ।