ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ):କରୋନା ମାମଲା ହ୍ରାସ ପାଇବା ପରେ ଏବେ ଧୀରେ ଧୀରେ ଅନଲକ୍ ହେଉଛି ଦିଲ୍ଲୀ । ଅନଲକ ପ୍ରକ୍ରିୟା ଅନୁଯାୟୀ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କିଛି ଘୋଷଣା କରିଛନ୍ତି । ଯେଉଁଥିରେ କୁହାଯାଇଛି କି, ସୋମବାରଠୁ ଦିଲ୍ଲୀରେ କଣ ଖୋଲା ରହିବ ଏବଂ କଣ ବନ୍ଦ ।
ସାମ୍ବାଦିକ ସମ୍ମିଳନୀ କରି କେଜ୍ରିୱାଲ କହିଛନ୍ତି କି, ଦିଲ୍ଲୀରେ ସୋମବାରଠୁ ସମସ୍ତ ମାର୍କେଟ, ସପିଙ୍ଗ ମଲ୍ସ, ରେଷ୍ଟୁରାଣ୍ଟ ଖୋଲିବାକୁ ଯାଉଛି । ପ୍ରତ୍ୟେକ ଦିନ ଖୋଲା ରହିବ । ସପଙ୍ଗ ମଲ୍ସ ଏବଂ ମାର୍କେଟ ପାଇଁ ଆସନ୍ତାକାଲିଠୁ ଅଡ୍-ଇଭନ ଫର୍ମୁଲା ଶେଷ ହେବ । ଅବଶ୍ୟ ବର୍ତ୍ତମାନ ଦିଲ୍ଲୀରେ ସ୍କୁଲ, କଲେଜ, ସ୍ୱିମିଙ୍ଗ ପୁଲ, ସ୍ପା ସେଣ୍ଟର ଆଦି ବନ୍ଦ ରହିବ ।
କଣ ଖୋଲା:
– ସୋମବାରଠୁ ପ୍ରତ୍ୟେକ ଦିନ ସକାଳ ୧୦ ରୁ ୮ ଟା ପର୍ଯ୍ୟନ୍ତ ସମସ୍ତ ମାର୍କେଟ, ସପିଙ୍ଗ ମଲ, ଏବଂ ରେଷ୍ଟୁରାଣ୍ଟ ଖୋଲା ରହିବ ।
– ରେଷ୍ଟୁରାଷ୍ଟରେ କେବଳ ୫୦ ପ୍ରତିଶତ ଲୋକଙ୍କୁ ବସିବା ପାଇର୍ ଅନୁମତି ରହିଛି ।
– ସରକାରୀ କାର୍ଯ୍ୟାଳୟରେ ୧୦୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ଏବଂ ବେସରକାରୀ କାର୍ଯ୍ୟାଳୟରେ ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ସକାଳ ୯ ରୁ ୫ ଟା ପର୍ଯ୍ୟନ୍ତ କାମ ହେବ ।
–