ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): ହାଇଭୋଲଟେଜ ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆମ୍ ଅଦମି ପାର୍ଟର ବିପୁଳ ବିଜୟରେ ଉତ୍ସବ ମୁଖରିତ ଆପ୍ ଦଳ ।
ଏଥର ଦିଲ୍ଲୀବାସୀ ତୃତୀୟ ଥର ପାଇଁ ଅରବିନ୍ଦ କେଜ୍ରିୱାଲଙ୍କୁ ମୁଖ୍ୟମନ୍ତ୍ରୀ ଆସନରେ ବସାଇଛନ୍ତି । ଏଥିପାଇଁ କାଲି ନିର୍ବାଚନର ଫଳ ପ୍ରକାଶ ହେବା ପରେ, କେଜ୍ରିୱାଲଙ୍କ ସମର୍ଥନରେ ସମଗ୍ର ଦିଲ୍ଲୀରେ ଉତ୍ସବ ଦେଖିବାକୁ ମିଳିଥିଲା ।
ତେବେ ଆସନ୍ତା ରବିବାର ଦିନ ଅର୍ଥାତ୍ ୧୬ତାରିଖରେ ରାମଲୀଲା ମୈଦାନରେ ଅରବିନ୍ଦ କେଜ୍ରିୱାଲ ବିଧାୟକ ଦଳର ନେତା ଓ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ପଦ ପାଇଁ ଶପଥ ଗ୍ରହଣ କରିବେ ।
ଶପଥ ଗ୍ରହଣ ଉତ୍ସବ ପାଇଁ ଗତକାଲି ଆମ୍ ଆଦମି ପାର୍ଟି ନେତାମାନଙ୍କ ଦ୍ୱାରା ଏକ ପ୍ରସ୍ତୁତି ବୈଠକ ବସିଥିଲା । ଏହାପରେ ଉପମୁଖ୍ୟମନ୍ତ୍ରୀ ପାର୍ଥୀ ମନୀଷ ସିସୋଦିଆ ଶପଥ ଗ୍ରହଣ ଉତ୍ସବ ବିଷୟରେ ସମ୍ପୂର୍ଣ୍ଣ ବିବରଣୀ ଗଣମାଧ୍ୟମକୁ ଦେଇଥିଲେ ।