ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଅକ୍ଟୋବର ମାସର ଆଜି ଶେଷ ଦିନ । ଆସନ୍ତାକାଲିଠୁ ଆରମ୍ଭ ନଭେମ୍ବର ମାସ । ଏହି ମାସ ପାଇଁ ଛୁଟି ତାଲିକା ପ୍ରକାଶ କରିଛି ଆରବିଆଇ । ଯଦି ନଭେମ୍ବର ମାସରେ ଆପଣଙ୍କର ବ୍ୟାଙ୍କରେ କିଛି ଜରୁରୀ କାମ ଅଛି ତେବେ ଏହି ଛୁଟି ତାଲିକା ଯାଞ୍ଚ କରି ନିଅନ୍ତୁ । ନଭେମ୍ବର ମାସରେ ୧୦ ଦିନ ବନ୍ଦ ରହିବ ବ୍ୟାଙ୍କ ।
ଏଠି ଜାଣି ରଖିବା ଉଚିତ୍ କି ପ୍ରତ୍ୟେକ ରାଜ୍ୟରେ ଅଲଗା ଅଲଗା ପର୍ବ ଅନୁଯାୟୀ ଛୁଟି ପଡିଥାଏ । ତେବେ ଆସନ୍ତୁ ଜାଣିବା କେବେ କେଉଁଠି ବ୍ୟାଙ୍କ ବନ୍ଦ ।
ନଭେମ୍ବର ୧:-କନ୍ନଡ ରାଜ୍ୟୋତ୍ସବ ଏବଂ କୁଟ୍ । ସେଥିପାଇଁ ଏହିଦିନ ବେଙ୍ଗାଲୁରୁ ଏବଂ ଇମ୍ପାଲରେ ବ୍ୟାଙ୍କ ଛୁଟି ରହିବ ।
ନଭେମ୍ବର ୬:- ରବିବାର
ନଭେମ୍ବର ୮:- ଗୁରୁନାନକ ଜୟନ୍ତୀ, ରାହସ ପୂର୍ଣ୍ଣିମା, କାର୍ତ୍ତିକ ପୂର୍ଣ୍ଣିମା ଏବଂ ବଙ୍ଗଳା ଫେଷ୍ଟିଭାଲ ପାଳନ ।
ନଭେମ୍ବର ୧୧:- କନକଦାସ୍ ଜୟନ୍ତୀ,ସେଥିପାଇଁ ବେଙ୍ଗାଲୁରୁ, ସିଲଙ୍ଗରେ ବ୍ୟାଙ୍କ ବନ୍ଦ ରହିବ ।
ନଭେମ୍ବର ୧୨:- ଦ୍ୱିତୀୟ ଶନିବାର
ନଭେମ୍ବର ୧୩:- ରବିବାର
ନଭେମ୍ବର ୨୦:- ରବିବାର
ନଭେମ୍ବର ୨୩:- ସେଙ୍ଗ କୃଟନେସ ପର୍ବ, ସେଥିପାଇଁ ସିଲଙ୍ଗରେ ବ୍ୟାଙ୍କ ବନ୍ଦ ।
ନଭେମ୍ବର ୨୬:- ଚତୁର୍ଥ ଶନିବାର
ନଭେମ୍ବର ୨୭ ରବିବାର