ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କରୋନା ସଙ୍କଟ ମଧ୍ୟରେ ଦିଲ୍ଲୀ ସରକାରଙ୍କ ପକ୍ଷରୁ ଏକ ନିଷ୍ପତି ନିଆଯାଇଛି । ଲକ୍ ଡାଉନ୍ ର ଦ୍ୱିତୀୟ ପର୍ଯ୍ୟାୟର କଟକଣାରେ ଦିଲ୍ଲୀରେ କୌଣସି କୋହଳ ହେବ ନାହିଁ । କାରଣ ରାଜଧାନୀ ଦିଲ୍ଲରେ କରୋନ ଭାଇରସ ବ୍ୟାପିବା ଥମି ନାହିଁ । ଏନେଇ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସୂଚନା ଦେଇଛନ୍ତି ।
କେଜ୍ରିୱାଲ କହିଛନ୍ତି କି, ଗୋଟେ ସପ୍ତାହ ପରେ ସ୍ଥିତିର ଆକଳନ କରାଯିବ । କାରଣ ଦିଲ୍ଲୀରେ ସଂକ୍ରମଣ ବ୍ୟାପିବାରେ ଲାଗିଛି । ଏପରିକି ଅନେକ ମାମଲା ସାମ୍ନାକୁ ଆସିଛି ଯାହାଙ୍କର କୌଣସି ଲକ୍ଷ୍ୟଣ ବି ନାହିଁ । ଏପର୍ଯ୍ୟନ୍ତ ଦିଲ୍ଲୀରେ କରୋନା ଭାଇରସ ର ୧୮୯୩ ମାମଲା ସାମ୍ନାକୁ ଆସିଛି । ଏଠାରେ କରୋନା ବ୍ୟାପିବାର ମୂଳ କାରଣ ହେଉଛି ତବଲିଗି ଜମାତ ମରକଜ କାର୍ଯ୍ୟକ୍ରମ ।
ସେହିପରି ଦିଲ୍ଲୀ ନଗରପାଳିକା ପରିଷଦ ପକ୍ଷରୁ କୁହାଯାଇଛି କି, ଯେଉଁ ବ୍ୟକ୍ତି ସର୍ବସାଧାରଣ ସ୍ଥାନରେ ଛେପ ପକାଇବେ ବା ପରିଶ୍ରା କରୁଥିବାରୁ ନଜର ଆସିବେ ତେବେ ସେମାନଙ୍କୁ ଏକ ହଜାର ଟଙ୍କା ଫାଇନ୍ ଦେବାକୁ ପଡିବ । କରୋନାକୁ ରୋକିବା ପାଇଁ ସରକାରଙ୍କ ପକ୍ଷରୁ ଏଭଳି ନିଷ୍ପତି ନିଆଯାଇଛି ।