ଆସାମ (ଏଟିଆର ବ୍ୟୁରୋ ) ; ଉଗ୍ର ହେଉଛନ୍ତି ଉଗ୍ରବାଦୀ । ପ୍ରଥମେ ଅପହରଣ ତାପରେ ହତ୍ୟା । ଏପରି ବର୍ବରତାକାଣ୍ଡ ପୁଣି ଘଟାଇଛନ୍ତି ଉଗ୍ରବାଦୀ ସଂଗଠନ । ସୂଚନା ଅନୁସାରେ , ଆସାମର ତିନିସୁକିଆ ଅଞ୍ଚଳରେ ଘଟିଛି ଏହି ଘଟଣା ।
ଗତକାଲି ରାତିରେ ହଠାତ ଉଗ୍ରବାଦୀ ମାନେ ତିନିସୁକିଆ ଅଞ୍ଚଳକୁ ଆସି ଲୋକମାନଙ୍କୁ ଅପହରଣ କରି ବ୍ରହ୍ମପୁତ୍ର ନଦୀ ଆଡକୁ ନେଇଥିଲେ । ଏହାପରେ ସେମାନଙ୍କ ମଧ୍ୟରୁ ୫ ଜଣଙ୍କୁ ଗୁଳିକରି ହତ୍ୟା କରିଥିଲେ । ସେପଟେ ଗୁଳିମାଡରେ ଜଣେ ବ୍ୟକ୍ତି ଗୁରୁତର ଭାବରେ ଆହତ ହୋଇ ଡାକ୍ତରଖାନରେ ଭର୍ତ୍ତି ହୋଇଛନ୍ତି ।
ଏଭଳି ଖବର ଜଣାପଡିବା ପରେ ଗୃହମନ୍ତ୍ରୀ ରାଜନାଥ ସିଂହ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ଏହାସହ ଯେଉଁମାନେ ଏହି ଘଟଣାରେ ସମ୍ପୃକ୍ତ ଅଛନ୍ତି ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଆସାମ ମୁଖ୍ୟମନ୍ତ୍ରୀଙ୍କୁ ଗୃହମନ୍ତ୍ରୀ କହିଛନ୍ତି । ତେବେ ଯବାନ ମାନଙ୍କୁ ଛାଡି ଉଗ୍ରବାଦୀ ମାନେ ସାଧାରଣ ଲୋକଙ୍କୁ ଟାର୍ଗେଟ କରୁଥିବା ଘଟଣା ଏବେ ସମସ୍ତଙ୍କୁ ବ୍ୟଥିତ କରିଛି । ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ଏହି ଘଟଣାକୁ ନିନ୍ଦା କରିଛନ୍ତି ।