ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପେୟୀଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହୋଇପଡିଛି । ତାଙ୍କୁ ଦିଲ୍ଲୀ ଏମ୍ସରେ ଲାଇଫ୍ ସପୋର୍ଟ ସିଷ୍ଟମ ଜରିଆରେ ରଖାଯିବା ସହ ସ୍ୱତନ୍ତ୍ର ଚିକିତ୍ସାରେ ଲାଗି ପଡିଛନ୍ତି ଡାକ୍ତରୀ ଦଳ । ତାଙ୍କ ସ୍ୱାସ୍ଥ୍ୟରେ ସୁଧାର ଏବଂ ଦୀର୍ଘ ଆୟୁ କାମନା କରି ଓଡିଶା ବିଜେପି ପକ୍ଷରୁ ରାମ ମନ୍ଦିରରେ ପ୍ରଦୀପ ପ୍ରଜ୍ୱଳନ କରାଯାଇଛି ।
ବାଜପେୟୀଙ୍କ ସ୍ୱାସ୍ଥ୍ୟବସ୍ଥା ଗମ୍ଭୀର ଥିବା ଖବର ପ୍ରକାଶ ପାଇବା ପରେ ଦେଶବ୍ୟାପି ଲୋକେ ମର୍ମାହତ ହୋଇ ପଡିଛନ୍ତି । ତାଙ୍କୁ ଦେଖିବା ପାଇଁ ଏମ୍ସ ହସ୍ପିଟାଲକୁ ପ୍ରଧାନମନ୍ତ୍ରୀ ସମେତ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଶୁଅ ଛୁଟିଛି ।