ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ଦୀର୍ଘ ବର୍ଷ ହେଲା ଲାଗି ରହିଥିବା ରାମ ମନ୍ଦିର ଓ ବାବ୍ରି ମସଜିଦ ଅଯୋଧ୍ୟା ମାମଲାରେ ଆଜି ରାୟ ପ୍ରକାଶ ପାଇବ । ଏନେଇ ଗତକାଲି ସୁପ୍ରିମ କୋର୍ଟ ପକ୍ଷରୁ ଏକ ନୋଟିସ ଜାରି କରାଯାଇଛି । ଏହି ଅବସରରେ ସାରା ଦେଶରେ ହାଇ ଆଲର୍ଟ ଜାରି କରାଯାଇଛି । ନ୍ୟାୟ ପ୍ରକାଶ ପାଇବା ପରେ ଦେଶରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବାକୁ ପ୍ରଧାନମନ୍ତ୍ରୀ ଏକ ଟ୍ୱିଟ ଜରିଆରେ ଦେଶବାସୀଙ୍କୁ ନିବେଦନ କରିଛନ୍ତି । ସେ ଟ୍ୱିଟ କରି ଲେଖିଛନ୍ତି ଅଯୋଧ୍ୟା ମାମଲାକୁ ନେଇ ସୁପ୍ରିମକୋର୍ଟଙ୍କ ଯେଉଁ ନିଷ୍ପତ୍ତି ଆସିବ ତାହା କାହାର ବିଜୟ କିମ୍ବା ପରାଜୟ ହେବ ନାହିଁ।
अयोध्या पर सुप्रीम कोर्ट का जो भी फैसला आएगा, वो किसी की हार-जीत नहीं होगा। देशवासियों से मेरी अपील है कि हम सब की यह प्राथमिकता रहे कि ये फैसला भारत की शांति, एकता और सद्भावना की महान परंपरा को और बल दे।
— Narendra Modi (@narendramodi) November 8, 2019
देश की न्यायपालिका के मान-सम्मान को सर्वोपरि रखते हुए समाज के सभी पक्षों ने, सामाजिक-सांस्कृतिक संगठनों ने, सभी पक्षकारों ने बीते दिनों सौहार्दपूर्ण और सकारात्मक वातावरण बनाने के लिए जो प्रयास किए, वे स्वागत योग्य हैं। कोर्ट के निर्णय के बाद भी हम सबको मिलकर सौहार्द बनाए रखना है।
— Narendra Modi (@narendramodi) November 8, 2019
ଏହି ନିଷ୍ପତ୍ତି ଭାରତର ଶାନ୍ତି ଓ ଏକତାର ମହାନ ପରମ୍ପରାକୁ ଯେଭଳି ଅଧିକ ମଜବୁତ କରିବ ସେଥିପ୍ରତି ପ୍ରାଥମିକତା ଦେବାକୁ ଦେଶବାସୀଙ୍କୁ ଅନୁରୋଧ କରିଛନ୍ତି। ଦେଶର ନ୍ୟାୟପାଳିକାର ମାନ-ସମ୍ମାନକୁ ଶୀର୍ଷରେ ରଖି ସମାଜର ସମସ୍ତ ପକ୍ଷ-ସାମାଜିକ, ସାଂସ୍କୃତିକ ସଂଗଠନଗୁଡ଼ିକ ଯେଉଁଭଳି ସକାରାତ୍ମକ ବାତାବରଣ ସୃଷ୍ଟି କରିବା ଲାଗି ପ୍ରୟାସ କରିଛନ୍ତି, ତାହା ସ୍ୱାଗତଯୋଗ୍ୟ। କୋର୍ଟଙ୍କ ନିଷ୍ପତ୍ତି ପରେ ମଧ୍ୟ ଆମକୁ ସେହିଭଳି ସକାରାତ୍ମକ ବାତାବରଣ ବଜାୟ ରଖିବାକୁ ହେବ।