ଶ୍ରୀନଗର ( ଏଟିଆର ବ୍ୟୁରୋ): ଏକ ତିନି ବର୍ଷର ଶିଶୁ ଦୁଷ୍କର୍ମର ଶିକାର ହେବା ପରେ କାଶ୍ମୀର ପୁଣି ଅଶାନ୍ତ ହୋଇ ଉଠିଛି । ଏକ ନିର୍ଦ୍ଧିଷ୍ଟ ମୁସଲିମ ସଂଗଠନ ପକ୍ଷରୁ ଏନେଇ ବନ୍ଦ ଡାକରା ଦିଆଯିବା ପରେ ଅଖଚକ ସବୁକିଛି ବନ୍ଦ ହୋଇଛି ବନ୍ଦିପୁର ଜିଲ୍ଲା ସୁମ୍ବାଲ ଅଞ୍ଚଳରେ । ଅଭିଯୁକ୍ତକୁ କଠୋର ଦଣ୍ଡ ଦାବି କରି ଯୁବକମାନେ ରାଜରାସ୍ତାକୁ ଓହ୍ଲାଇଛନ୍ତି । ସେନା ଓ ପୁଲିସକୁ ପଥର ମାଡ କରିଛନ୍ତି । ରାସ୍ତାରେ ନିଆଁ ଜାଳି ଯୁବକ ମାନେ ପୋଡାଜଳା ଆରମ୍ଭ କରିଛନ୍ତି ।
ଅନ୍ୟପଟେ ପୋଲିସ ଗିରଫ କରିଥିବା ଅଭିଯୁକ୍ତ ଜଣଙ୍କ ନାଁ ବାଳକ ବୋଲି ସ୍କୁଲ ସାର୍ଠିପିକେଟରେ ଦର୍ଶାଇଛି । ଯାହାକୁ ନେଇ ଏହି ଅସନ୍ତୋଷ ଉଗ୍ରରୂପ ନେଇଛି । ଅଭିଯୁକ୍ତକୁ ଉଚିତ ଦଣ୍ଡ ଦାବି କରି ଇତାହୁଦଲ ମୁସଲିମ ସଂଗଠନ ପୁରା କାଶ୍ମୀର ବନ୍ଦ ଡାକରା ଦେଇଛି । ଜାମ୍ମୁକାଶ୍ମୀର ପୋଲିସ ପକ୍ଷରୁ ଏସଆଇଟି ନିର୍ଦେଶ ଦିଆଯାଇଛି ।
ତେବେ କିଛିଦିନ ହେଲା ପୋଲିସ ଓ ସେନା ଉପରକୁ ହେଉଥିବା ପଥର ମାଡ ବନ୍ଦ ରହିଛି । ପୁଲୱାମା ଆକ୍ରମଣ ପରେ ଏଠାରେ ପୋଲିସ ଓ ସେନାର କଡା ପଦକ୍ଷେପ ପରେ ଏହି ପଥର ମାଡ କିଛିଦିନ ହେଲା ବନ୍ଦ ରହିଥିଲା । ଯାହା ଫଳରେ କାଶ୍ମୀର କିଛିଦିନ ଶାନ୍ତ ପଡିଥିଲା । ତେବେ ତିିନି ବର୍ଷର ଏକ ଶିଶୁକୁ ଦୂଷ୍କର୍ମ ପରେ ପୁଣି ଅଶାନ୍ତ ହୋଇଛି କାଶ୍ମୀର ।