ନୂଆଦିଲ୍ଲୀ (ଏଟିଆ ବ୍ୟୁରୋ): ସିବିଆଇର ସ୍ୱତନ୍ତ୍ର କୋର୍ଟ ପକ୍ଷରୁ ବହୁ ପ୍ରତକ୍ଷିତ ବାବ୍ରି ମସଜିଦ୍ ମାମଲାର ଆଜି ଶୁଣାଣି ହୋଇଛି । ଦୀର୍ଘ ଦିନ ପରେ ମାମଲାର ଶୁଣାଣି ହୋଇଛି । ମସଜିଦ୍ ଭାଙ୍ଗବିାରେ କୌଣସି ଷଡଯନ୍ତ୍ର ହୋଇନଥିଲା ବୋଲି ବିଚାରପତି କହିଛନ୍ତି । ସେପଟେ ଏହି ନିଷ୍ପତି ବାବ୍ରି ମସଜିଦ୍ ଭଙ୍ଗା ମାମଲାରେ ଅଭିଯୁକ୍ତ ଖୁସୀ ବ୍ୟକ୍ତି କରିଛନ୍ତି । ଏହି ମାମଲାର ଅଭିଯୁକ୍ତ ପୂର୍ବତନ ଉପପ୍ରଧାନମନ୍ତ୍ରୀ ଲାଲ କୃଷ୍ଣ ଆଡଭାନୀ କହିଛନ୍ତି କି,ଆଜିର ନିର୍ଣ୍ଣୟ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ । ଏହା ଆମ ସମସ୍ତଙ୍କ ପାଇଁ ଖୁସୀର ଦିନ । ଦୀର୍ଘ ସମୟ ପରେ ଭଲ ଖବର ଆସିଛି । ଏହାକୁ ଆମେ ଜୟ ଶ୍ରୀରାମ କହି ସ୍ୱାଗତ କରିଛୁ ।
ସେ ଆହୁରୀ ମଧ୍ୟ କହିଛନ୍ତି କି, ଏହି ନିଷ୍ପତିକୁ ମୁଁ ହୃଦୟରୁ ସ୍ୱାଗତ କରୁଛି । ଏହା ଶ୍ରୀରାମ ଜନ୍ମଭୂମି ଆନ୍ଦୋଳନକୁ ନେଇ ମୋର ବ୍ୟକ୍ତିଗତ ଏବଂ ବିଜେପିର ବିଶ୍ୱାସ ଓ ପ୍ରତିବଦ୍ଧତାକୁ ପ୍ରମାଣିତ କରୁଛି ।
ଏହି ମାମଲାରେ ଅନ୍ୟ ଅଭିଯୁକ୍ତ ଡା. ମୂରଲୀ ମନୋହର ଯୋଶୀ କହିଛନ୍ତି କି, ଏଥିରେ ପ୍ରମାଣିତ ହୋଇଛି କି ଛଅ ଡିସେମ୍ବରରେ ଅଯୋଧ୍ୟା ଘଟଣାରେ କୌଣସି ଷଡଯନ୍ତ୍ର ହୋଇନଥିଲା । ଆମ କାର୍ଯ୍ୟକ୍ରମ ଏବଂ ରାଲି ଷଡଯନ୍ତ୍ରରେ ସାମିଲ ନଥିଲା । ଏବେ ରାମମନ୍ଦିର ନିର୍ମାଣକୁ ନେଇ ସମସ୍ତେ ଉତ୍ସାହିତ ।
ଅନ୍ୟପଟେ ରକ୍ଷାମନ୍ତ୍ରୀ ରାଜନାଥ ସିଂ କହିଛନ୍ତି କି, ଲକ୍ଷେ୍ନøର ସ୍ୱତନ୍ତ୍ର କୋର୍ଟ ଦ୍ୱାରା ବାବ୍ରି ମସଜିଦ୍ ଷଡଯନ୍ତ୍ର ମାମଲାରେ ଲାଲ କୃଷ୍ଣ ଆଡଭାନୀ,ମୂରଲୀ ମନହୋର ଯୋଶୀ,କଲ୍ୟାଣ ସିଂହ, ଉମା ଭାରତୀ ସମେତ ୩୨ ଲୋକଙ୍କୁ କୌଣସି ଷଡଯନ୍ତ୍ର ରେ ସାମିଲ ନହେବାର ନିଷ୍ପତିକୁ ସ୍ୱାଗତ କରୁଛୁ । ଏଥିରୁ ପ୍ରମାଣିତ ହୋଇଛି କି ବିଳମ୍ବରେ ହେୁ ପଛେ କିନ୍ତୁ ନ୍ୟାୟର ବିଜୟ ହୋଇଛି ।