ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): ଆଜିକୁ ଠିକ୍ ବର୍ଷେ ତଳେ ଭାରତୀୟ ବାୟୁସେନା, ପାକିସ୍ତାନର ଆତଙ୍କବାଦୀ ସଂଗଠନ ଜୈସ-ଇ-ମହମ୍ମଦକୁ ନିପାତ କରିଥିଲା ।
ପାକିସ୍ତାନ ଅଧିକୃତ କାଶ୍ମୀରର ବାଲାକୋଟରେ ଏୟାରଷ୍ଟ୍ରାଇକ କରି ୩୦୦ରୁ ଅଧିକ ଆତଙ୍କବାଦୀ ମାନଙ୍କୁ ନିହତ କରିଥିଲା ଭାରତୀୟ ବାୟୁସେନା ।
ଗତବର୍ଷ ଫେବୃଆରୀ ୨୬ରେ ହୋଇଥିବା ଏହି ଏୟାରଷ୍ଟ୍ରାଇକର ନେତୃତ୍ୱ ନେଇଥିଲେ ଏୟାର ଚିଫ୍ ମାର୍ସଲ ବିରେନ୍ଦ୍ର ସିଂ । ଆଜି ଏହି ଏୟାରଷ୍ଟ୍ରାଇକ କୁ ବର୍ଷେ ପୁରିଛି । ଏହି ଅବସରରେ ଆଜି ବାୟୁସେନା ପ୍ରମୁଖ ଆରକେଏସ ଭଦୋରିଆ ନିଜେ ମିଗ-୨୧ ଯୁଦ୍ଧ ବିମାନ ଉଡାଇଛନ୍ତି ।
ମିଗ-୨୧ ଯୁଦ୍ଧ ବିମାନ, ବାଲାକୋଟ ଏୟାରଷ୍ଟ୍ରାଇକରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲା । ଭାରତ ପାଇଁ ମିଗ-୨୧ ବିମାନର ଅନେକ ଅବଦାନ ରହିଛି । ଏଥିପାଇଁ ଏହାକୁ ଭାରତର ସବୁଠାରୁ ପରାକ୍ରମୀ ଲଢୁଆ ବିମାନ ବୋଲି କୁହାଯାଏ ।
ବାୟୁନେସା ପ୍ରମୁଖ ନିଜେ ୫୧ ସ୍କର୍ଡନ କମାଡିଙ୍ଗ ଅଫିସର ଗ୍ରୁପ କ୍ୟାପ୍ଟେନ୍ ନଜିରଙ୍କ ସହିତ ମିଗ-୨୧ ସହିତ ମିରାଜ-୨୦୦୦ ଓ ଶୁଖୋଇ-୩୦ ଯୁଦ୍ଧ ବିମାନ କୁ ଶ୍ରୀନଗର ଏୟାର ବେସରେ ଉଡାଇଛନ୍ତି ।
Chief of the Air Staff, Air Chief Marshal RKS Bhadauria lands after flying MiG-21 of 51 Squadron Commanding Officer Group Captain Nazeer with two each Mirage-2000 & Sukhoi-30MKI at Srinagar airbase. pic.twitter.com/eB8SZI8hKj
— ANI (@ANI) February 26, 2020