ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): ଆସନ୍ତା ମାର୍ଚ୍ଚ ମାସରେ ଲଗାତର ଭାବେ ୬ଦିନ ପର୍ଯ୍ୟନ୍ତ ଦେଶର ସମସ୍ତ ବ୍ୟାଙ୍କ ଗୁଡିକ ବନ୍ଦ ରହିବ । ବ୍ୟାଙ୍କ ୟୁନିୟନ ପକ୍ଷରୁ ୩ଦିନ ବ୍ୟାପି ବନ୍ଦ ଘୋଷଣା କରାଯାଇଛି ।
ବ୍ୟାଙ୍କ ୟୁନିୟନ ପକ୍ଷରୁ ଆସନ୍ତା ମାର୍ଚ୍ଚ ୧୧, ୧୨, ୧୩ ତାରିଖରେ ହରତାଳ ପାଇଁ ଦେଶର ସମସ୍ତ ବ୍ୟାଙ୍କ ଗୁଡିକ ବନ୍ଦ ରହିବା ନେଇ ସୂଚନା ମିଳିଛି ।
ସେପଟେ ମାର୍ଚ୍ଚ ୧୦ରେ ହୋଲି ପାଇଁ ବ୍ୟାଙ୍କ ଛୁଟି ଥିବା ବେଳେ ମାର୍ଚ୍ଚ ୧୪ରେ ମାସର ଦ୍ୱିତୀୟ ଶନିବାର ପାଇଁ ବ୍ୟାଙ୍କ ବନ୍ଦ ରହିବ ଏବଂ ମାର୍ଚ୍ଚ ୧୫ ଅର୍ଥାତ୍ ରବିବାର ଦିନ ପୁଣି ବ୍ୟାଙ୍କ ଛୁଟି ରହିବ ।
ଯଦି ବ୍ୟାଙ୍କ ୟୁନିୟନ ପକ୍ଷରୁ ୩ଦିନିଆ ଷ୍ଟ୍ରାଇକ କରାଯାଏ ତେବେ ଆସନ୍ତା ମାର୍ଚ୍ଚ ମାସରେ ଦେଶର ସମସ୍ତ ବ୍ୟାଙ୍କ ଗୁଡିକ ଲଗାତାର ଭାବେ ୬ ଦିନ ପର୍ଯ୍ୟନ୍ତ ବନ୍ଦ ରହିବ ।
୬ଦିନ ବ୍ୟାଙ୍କ ସେବା ବନ୍ଦ ହେଲେ ବହୁ ବଡ ବଡ ଟ୍ରାନ୍ସାକସନ ବାଧାପ୍ରାପ୍ତ ହେବା ସହିତ ବ୍ୟବସାୟୀ ମାନେ ମଧ୍ୟ କ୍ଷତିଗ୍ରସ୍ତ ହୋଇ ପାରନ୍ତି ।