ବ୍ରହ୍ମପୁର(ଏଟିଆର ବ୍ୟୁରୋ): ବ୍ରହ୍ମପୁରରେ ଏକ ବସରେ କଣ୍ଟେ ଲାଗି ଯିବାରୁ ୩୦ରୁ ଅଧିକ ଯାତ୍ରୀ ଗୁରୁତର ହୋଇ ପଡିଛନ୍ତି । ଏହା ସହ ୧୪ ଜଣଙ୍କର ମୃତ୍ୟୁ ହୋଇଥିବାର ସୂଚନା ମିଳିଛି । ଗୋଳନ୍ଥରା ଥାନା ମେଲପୁତୁର ନିକଟରେ ଏଭଳି ଅଘଟଣ ଘଟିଛି । ସୂଚନା ଅନୁସାରେ ଏକ ବସରେ ୧୧ କେ.ଭି ବିଦ୍ୟୁତ ତାର ଲାଗିଯିବାରୁ ବସରେ ନିଆଁ ଲାଗିଯାଇଥିଲା । ଫଳରେ ଘଟଣା ସ୍ଥଳରେ ୯ ଜଣ ଜୀବନ୍ତ ଦଗ୍ଦ ହୋଇପଡିଛନ୍ତି । ତେବେ ଚିକ୍ରିତ୍ସାଧୀନ ଅବସ୍ଥାରେ ୫ ଜଣଙ୍କର ମୃତ୍ୟୁ ହୋଇଥିବାର ଜଣାପଡିଛି ।
ଏକ ନିର୍ବନ୍ଧ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଡଙ୍କଲପାଡୁ ଗ୍ରାମରୁ ଲୋକ ମାନେ ଉକ୍ତ ବସରେ ଚିକରଡା ଯାଉଥିଲେ । ଅନେକ ଦିନ ହେବ ଘଟଣା ସ୍ଥଳରେ ୧୧ କେ.ଭି ତାର ଝୁଲି ହୋଇ ରହିଥିଲା । ସ୍ଥାନୀୟ ଲୋକ ମାନେ ବିଦ୍ୟୁତ ବିଭାଗକୁ ଖବର ଦେଇଥିଲେ ମଧ୍ୟ ବିଦ୍ୟୁତ ବିଭାଗ କୌଣସି ପ୍ରକାରର ପଦକ୍ଷେପ ଗ୍ରହଣ କରୁନଥିଲା ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ଘଟଣା ସ୍ଥଳରେ ଉତ୍ତେଜନା ଦେଖାଯାଇଥିବାର ଖବର ମିଳିଛି । ସ୍ଥାନୀୟ ପୋଲିସ ଓ ଅଗ୍ନିଶମ ବିଭାଗ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଗୁରୁତର ଯାତ୍ରୀ ମାନଙ୍କୁ ବ୍ରହ୍ମପୁର ମେଡିକାଲରେ ଭର୍ତ୍ତି କରାଯାଇଛି ।