ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): ଆସ୍ତନ୍ତା ମାର୍ଚ୍ଚ ୮ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ସମସ୍ତ ବ୍ୟାଙ୍କ ବନ୍ଦ ରହିବ । ଲଗାତାର ୮ ଦିନ ବ୍ୟାଙ୍କ ବନ୍ଦ ରହିବ । ତେଣୁ ଯଦି କୌଣସି ଜରୁରୀ ବ୍ୟାଙ୍କ ସମ୍ବନ୍ଧୀୟ କାମ ରହିଛି ତେବେ ୮ ତାରିଖ ପୂର୍ବରୁ ଏହାକୁ ସମାପ୍ତ କରିଦିଅନ୍ତୁ । ତେବେ ମାର୍ଚ୍ଚ ୮ ତାରିଖ ଦିନ ରବିବାର ପଡୁଥିବାରୁ ସେଦିନ ବ୍ୟାଙ୍କ ବନ୍ଦ ରହିବ । ଦେଶରେ କିଛି ସ୍ଥାନରେ ୯ ତାରିଖରେ ହୋଲି ପଡୁଥିବାରୁ ସେଦିନ ବ୍ୟାଙ୍କ ବନ୍ଦ ରହିବ । ଏହାସହ ଅନ୍ୟ କିଛି ଯାଗାରେ ୧୦ ତାରିଖ ହୋଲି ପଡୁଥିବାରୁ ସେହି ଯାଗାରେ ବ୍ୟାଙ୍କ ବନ୍ଦ ରହିବ । ଏହା ପରେ ଲଗାତାର ତିନି ଦିନ ଅର୍ଥାତ ୧୧, ୧୨ ଓ ୧୩ ତାରିଖରେ ସରକାରୀ ବ୍ୟାଙ୍କ ୟୁନିୟନ ପକ୍ଷରୁ ଧର୍ମଘଟ ଥିବାରୁ ଏହି ତିନି ଦିନ ଧରି ବ୍ୟାଙ୍କ ବନ୍ଦ ରହିବ ।
ସୂଚନା ଅନୁସାରେ ନିୟମ ଅନୁଯାଇ ପ୍ରତି ପାଞ୍ଚ ବର୍ଷରେ ବ୍ୟାଙ୍କ କର୍ମଚାରୀଙ୍କ ଦରମାରେ ବୃଦ୍ଧି ଘଟିଥାଏ । ତେବେ ଗତ ୨୦୧୨ ମସିହାରୁ ବ୍ୟାଙ୍କ କର୍ମଚାରୀଙ୍କ ଦରମାରେ ବୃଦ୍ଧି କରାଯାଇନାହିଁ । ଏହାକୁ ବିରୋଧ କରି ଆସନ୍ତା ମାର୍ଚ୍ଚ ମାସ ୧୧ରୁ ୧୩ ତାରିଖ ପର୍ୟ୍ୟନ୍ତ ବ୍ୟାଙ୍କ ଏମ୍ପଲୟି ଫେଡରେଶନ ଅଫ ଇଣ୍ଡିଆ(ବିଇଏଫଆଇ) ଓ ଅଲ ଇଣ୍ଡିଆ ବ୍ୟାଙ୍କ ଏମ୍ପଲୟି ଆସୋସିଏଶନ(ଏଆଇବିଇଏ) ପକ୍ଷରୁ ଏହି ଧର୍ମଘଟ ଡାକରା ଦିଆଯାଇଛି । ଏହା ପରେ ୧୪ ତାରିଖ ଦିନ ଦ୍ୱିତୀୟ ଶନିବାର ପଡୁଥିବାରୁ ଏହି ଦିନ ମଧ୍ୟ ବ୍ୟାଙ୍କ ବନ୍ଦ ରହିବ । ୧୫ ତାରିଖ ଦିନ ରବିବାର ପଡୁଥିବାରୁ ବ୍ୟାଙ୍କ ବନ୍ଦ ରହିବ । ତେବେ ଏହି ଭଳି କ୍ରମେ ୮ ଦିନ ଧରି ବ୍ୟାଙ୍କ ବନ୍ଦ ରହିବ ।