ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ମହଙ୍ଗା ହେଲା ଫେସବୁକ ପ୍ରେମ । ଚାଟିଙ୍ଗ, ଚାଟିଙ୍ଗରୁ ଦୋସ୍ତି, ଦୋସ୍ତିରୁ ପ୍ରେମ ଶେଷରେ ପ୍ରେମିକାକୁ ଦୁଷ୍କର୍ମ । ଏମିିତି ପ୍ରେମ ପ୍ରତାରଣା ଓ ଧୋକା ଦେଖିବାକୁ ମିଳିଛି ନୂଆ ଦିଲ୍ଲୀ ଗୀତା କଲୋନୀରେ । ଏହି କଲୋନୀରେ ରହୁଥିବା ୧୭ ବର୍ଷର ଜଣେ ଯୁବତୀ ଫେସବୁକରେ ପାଖ ଅଞ୍ଚଳର ଜଣେ ଯୁବକଙ୍କ ସହିତ ବନ୍ଧୁତା ହୋଇଥିଲା । ବନ୍ଧୁତା ଅତି ନିବିଡ ହେବାରୁ ତାହା ପ୍ରେମରେ ପରିଣତ ହୋଇଥିଲା ।
କିଛିଦିନ ପରେ ଯୁବକ ଜଣଙ୍କ ଯୁବତୀଙ୍କ ସହିତ ଦେଖା ସାକ୍ଷାତ କରିବା ପରେ ଯୁବତୀଙ୍କୁ ଧମକ ଚମକ ଦେଇ ଦୁଷ୍କର୍ମ କରିଥିଲେ । ଯୁବକ ଜଣଙ୍କ ଯୁବତୀଙ୍କୁ ଲଗାତାର ପାଞ୍ଚ ବର୍ଷ ଧରି ଦୁଷ୍କର୍ମ କରି ଆସୁଥିଲେ । ଏମିତି କି ଗୋଟେ ଥର ଯୁବତୀଙ୍କୁ ଜୋର ଜବରଦସ୍ତ କରି ଗର୍ଭପାତ କରାଇଛନ୍ତି । ତେବେ ଏହି ଘଟଣା ଯୁବତୀଙ୍କ ପରିବାର ଲୋକଙ୍କ କାନରେ ପଡିବା ପରେ ପରିବାର ଲୋକେ ଯୁବକଙ୍କ ଘରକୁ ଯୁବତୀଙ୍କ ବିଭାହ ପ୍ରସ୍ତାବ ପଠାଇଥିଲେ । ମାତ୍ର ଯୁବକ ଜଣଙ୍କ ବିବାହକୁ ଆଗ୍ରାହ କରି ଦେଇଥିଲେ । ଏନେଇ ଯୁବତୀ ଜଣଙ୍କ ଥାନାର ଦ୍ୱାରସ୍ଥ ହୋଇଛନ୍ତି ।