କର୍ଣ୍ଣାଟକ(ଏଟିଆର ବ୍ୟୁରୋ): ଦୃଢ ଇଛା ଶକ୍ତି ଆଗରେ ହାର ମାନିଛି ସବୁ ପ୍ରକାରର ପ୍ରତିବନ୍ଧକ । ଆମେ ଆମ ପିଲାଦିନରୁ କିଛି ନା କିଛି ବନିବାପାଇଁ ସ୍ୱପ୍ନ ଦେଖିଥାଉ । ତେବେ ପିଲା ଦିନରୁ ଜଣେ ଭଲ ଡାକ୍ତର ହେବାର ସ୍ୱପ୍ନ ଦେଖିଥିଲେ ସୁଭାଷ ପାଟିଲ । ସୁବାଷଙ୍କ ଘର ହେଉଛି କର୍ଣ୍ଣାଟକ ରାଜ୍ୟର କାଲବୁର୍ଗି ଅଫଜଲପୁରରେ ।
ପିଲାଟି ଦିନରୁ ଜଣେ ଭଲ ଡାକ୍ତର ହେବା ସ୍ୱପ୍ନ ଦେଖିଥିବା ସୁବାଷ ନିଜର ପାଠପଢା ସାରି ୧୯୯୭ ମସିହାରେ ଏମବିବିଏସରେ ପାଠପଢା ଆରମ୍ଭ କରିଥି । ତେବେ ତୃତୀୟ ବର୍ଷର ପାଠପଢୁଥିବା ବେଲେ ଏକ ହତ୍ୟା ମାମଲାରେ ଫସି ଯାଇଥିଲେ ସୁବାଷ । ଏକ୍ସାଇଜ କଣ୍ଟ୍ରାକ୍ଟର ଅଶୋକ ଗୁଟେଦାରଙ୍କୁ ସେ ତାଙ୍କ ପତ୍ନୀଙ୍କ ସହ ମିଶି ହତ୍ୟା କରିଥିବାର ଅଭିଯୋଗ ହୋଇଥିଲା । କୋର୍ଟ ଏହି ମାମଲାର ଶୁଣାଣି କରି ସୁବାଷଙ୍କୁ ୧୪ ବର୍ଷ ଜେଲ ଦଣ୍ଡା ଦେଶ ଦେଇଥିଲେ । ଏହା ପରେ ସୁବାଷ ଜେଲ ବିଭାଗରେ ଓପିଡିରେ କାମ କରିବାସହ ଜେଲ ଦଣ୍ଡ ଭୋଗିଥିଲେ ।
ଜେଲରେ ସୁବାଷଙ୍କର ଭଲ ବ୍ୟବହାର ଓ ଆଚରଣ ଯୋଗୁ ତାଙ୍କୁ ଜେଲ ବିଭାଗ ୨୦୧୬ ଅଗଷ୍ଟ ୧୫ ତାରିଖରେ ଦଣ୍ଡାଦେଶରୁ ମୁକ୍ତ କରିଦେଇଥିଲା । ଏହା ପରେ ସେ ତାଙ୍କ ଡାକ୍ତରୀ ପାଠ୍ୟକ୍ରମକୁ ୨୦୧୯ରେ ଶେଷ କରିଥିଲେ । ନିକଟରେ ସୁବାଷ ତାଙ୍କ ଏକ ବର୍ଷ ବାଧ୍ୟତାମୂଳକ ଇଣ୍ଟର୍ଣ୍ଣସିପ ଶେଷ କରିଛନ୍ତି । ବର୍ତ୍ତମନେ ସେ ଜଣେ ଡାକ୍ତର ଭାବେ ରୋଗୀଙ୍କୁ ସେବା ପ୍ରଦାନ କରୁଛନ୍ତି ।