ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଡିଜିଟାଲ ଗଭର୍ଣ୍ଣେସ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ବ୍ୟକ୍ତିଙ୍କୁ ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦ ସମ୍ମାନିତ କରିଛନ୍ତି । ଲୋକଙ୍କୁ ଡିଜିଟାଲ ଇଣ୍ଡିଆ ପୁରସ୍କାର ପ୍ରଦାନ କରିଛନ୍ତି ରାମନାଥ କୋବିନ୍ଦ । ଭିଡିଓ କନଫରେନସିଙ୍ଗ ଜରିଆରେ ଡିଜିଟାଲ ଇଣ୍ଡିଆ ପୁରସ୍କାର ୨୦୨୦ ରେ ସାମିଲ ହୋଇଥିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ।
ଏହି ଅବସରରେ ରାମନାଥ କୋବିନ୍ଦ କହିଛନ୍ତି କି, ଏବର୍ଷ ଏବେ ସମାପ୍ତ ହେବାକୁ ଯାଉଛି ଏବଂ ଆଶା ରହିଛି କି ବହୂତ ଶୀଘ୍ର ଏହି ମହାମାରି ବି ସମାପ୍ତ ହୋଇଯିବ । ଏହି ମହାମାରୀ ଦୁନିଆକୁ ସମ୍ପୂର୍ଣ୍ଣ ବଦଳାଇ ଦେଇଛି ।
ସେ ଆହୁରି ମଧ୍ୟ କହିଛନ୍ତି କି, ଭାରତକୁ ଡିଜିଟାଲ ମହାଶକ୍ତି କରିବା ଆମର ଲକ୍ଷ୍ୟ । ଭାରତ କେବଳ ଗତିଶୀଳତା ପ୍ରତିବନ୍ଧକର ପ୍ରତିକୂଳ ପ୍ରଭାବକୁ କମ କରିବା ପାଇଁ ପ୍ରସ୍ତୁତ ନଥିଲା , ବରଂ ବିଭିନ୍ନ କ୍ଷେତ୍ରରେ ଆଗକୁ ବଢିବାର ଉପାୟ ରୂପେ ବି ଉପଯୋଗ କରିଛି । ଏହା କେବଳ ଏଥିପାଇଁ ସମ୍ଭବ ହୋଇପାରିଛି କାରଣ ଚଳିତ ବର୍ଷ ଡିଜିଟାଲ ମୂଳଦୁଆକୁ ମଜବୁତ କରାଯାଇଛି ।
ପ୍ରଥମ ଥର ପାଇଁ ଡିଜିଟାଲ ଇଣ୍ଡିଆ ପୁରସ୍କାରର ସମ୍ପୂର୍ଣ୍ଣ ପ୍ରକ୍ରିୟା ଅନଲାଇନ୍ ମାଧ୍ୟମରେ କରାଯାଇଛି । ଇଲେକ୍ଟ୍ରନିକ୍ସ ଏବଂ ଆଇଟି ମନ୍ତ୍ରାଳୟ ଅନୁଯାୟୀ ରାଷ୍ଟ୍ରୀୟ ସୂଚନା ବିଜ୍ଞାନ କେନ୍ଦ୍ର ଇ-ଗଭର୍ଣ୍ଣେସ ଏବଂ ସରକାରୀ ସେବା ବିତରଣ କ୍ଷେତ୍ରର ଡିଜିଟାଲ ପରିବର୍ତ୍ତନରେ ବୃଦ୍ଧି ପାଇଁ ଡିଜିଟାଲ ଇଣ୍ଡିଆ ପୁରସ୍କାର ଆୟୋଜନ କରାଯାଇଛି ।