ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ଏବେ ଯୁଗ ବଦଳିଛି ଯୁଗ ସହିତ ତାଳ ଦେଇ ମଣିଷ ବି ଅତି କ୍ଷୀପ୍ର ଗତିରେ ଦୌଡୁଛି । ସବୁଠାରୁ ବଡ କଥା ହେଲା ଆଜିର ଦିନରେ ଶିକ୍ଷାର ମାନ ଓ ବିକଳ୍ପ ଯେଉଁଭଳି ଭାବେ ବଢୁଛି ସେହି ହିସାବରେ ନିଯୁ୍ତି ସୃଷ୍ଟି ହୋଇ ପାରୁନି । ଯାହା ଫଳରେ ଦେଶରେ ଏବେ ବେକାରୀ ସମସ୍ୟା ବଢିବାରେ ଲାଗିଛି । ଚାକିରି ଟିଏ ପାଇଁ କେଉଁଠି ଗୋଟିଏ ପଦବୀ ବାହାରିଲେ ସେଠି ହଜାର ହଜାର ଯୁବକ ଯୁବତୀ ଆବେଦନ କରୁଛନ୍ତି । ଏମିତି କି ଗୋଟେ କ୍ଷେତ୍ରରେ ଦେଖିବାକୁ ମିଳେ ଆଶାୟୀ ଟିଏ ଦୀର୍ଘଦିନ ହେଲା ଚାକିରି ଟିଏ ପଛରେ ଗୋଡାଇ ଗୋଡାଇ ତା ବୟସ ସରିଯାଏ ମାତ୍ର ସେ ଚାକରି କରିପାରେ ନାହିଁ । ଫଳରେ ସେ ମାନସିକ ଅବସାଦରେ ରହେ । ଯେଉଁମାନଙ୍କର ଆର୍ଥିକ ଅବସ୍ଥା ଭଲ ସେମାନେ କିଛି ଅର୍ଥ ବିନିଯୋଗ କରି ବ୍ୟବସାୟ ଆରମ୍ଭ କରିଥାନ୍ତି । ମାତ୍ର ଯାହାର ଆର୍ଥିକ ପରିସ୍ଥିତି ଭଲ ନଥାଏ ସେମାନେ ସେମିତି ବେକାର ହୋଇ ରହିଯାଆନ୍ତି । ତେବେ ଆଜି ଆମେ ଆପଣଙ୍କୁ ଏମିତି ଏକ ବ୍ୟବସାୟ ବିଷୟରେ ସୂଚନା ଦେବୁ ଯେଉଁଥିରେ ଆପଣ ମାତ୍ର ୧୦ ରୁ ୨୦ ହଜାର ଟଙ୍କା ବିନିଯୋଗ କରି ଭଲ ଦୁଇ ପଇସା ଆୟ କରି ପାରିବେ ।
ଯୋତା ଲଣ୍ଡ୍ରି : ଆଗରୁ ଲୋକମାନେ କେବଳ ପିନ୍ଧାଜାମାକୁ ସଫା କରିବା ପାଇଁ ଲଣ୍ଡ୍ରିକୁ ପଠାଉଥିଲେ । ମାତ୍ର ଏବେ ଲୋକମାନେ ଯୋତାକୁ ମଧ୍ୟ ସଫା କରିବା ପାଇଁ ଲଣ୍ଡ୍ରିକୁ ପଠାଉଛନ୍ତି । ଏଥିପାଇଁ ଅତ୍ୟାଧୁନିକ ମେସିନ ମଧ୍ୟ ବାହାରିଛି ଯାହା ବଜାରରେ ୧୦ରୁ ୧୫ ହଜାର ଟଙ୍କା ଭିତରେ ମିଳିଯାଉଛି ।
ମୋବାଇଲ ରଚାର୍ଜ ଓ ସିମକାର୍ଡ ଦୋକାନ : ଆପଣ ଚାହିଁଲେ ମୋବାଇଲ ରିଚାର୍ଜ ଓ ସିମକାର୍ଡ ଦୋକାନ ମଧ୍ୟ କରିପାରିବେ । ଏଥିପାଇଁ ଆପଣଙ୍କୁ ୫ ହଜାର ଟଙ୍କା ବିନିଯୋଗ କଲେ ବ୍ୟବସାୟ ଆରମ୍ଭ ହୋଇ ପାରିବ ।
ପ୍ରିଣ୍ଟର ଏବଂ ଫଟୋ କପି ଦୋକାନ: ଏହି ଦୋକାନ ବି ଆପଣ କରିପାରିବେ । ଏହାକୁ ମଧ୍ୟ ଆପଣ ସ୍ୱଳ୍ପ ଅର୍ଥ ବିନଯୋଗ କରି କରିପାରିବେ । ଯଦି ଆପଣ ସ୍କୁଲ କିମ୍ବା କଲେଜ ପାଖରେ ଆରମ୍ଭ କରନ୍ତି ତେବେ ଭଲ ବ୍ୟବସାୟ ହେବ
ଟ୍ରେଲର ଦୋକାନ : ଆପଣ ଯଦି ଟ୍ରେଲର କାମ ଶିଖିଛନ୍ତି ତେବେ ଆପଣ ଘରେ ଟ୍ରେଲର ମେସିନ ଟିଏ ପକାଇ ଭଲ ଦୁଇ ପଇସା ଆୟ କରି ପାରିବେ ।