ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଯଦି ଆପଣଙ୍କ ନିକଟରେ କମ ର୍ୟାମ ବିଶିଷ୍ଟ ଫୋନ ଅଛି ଏବଂ ଆପଣ ସେଥିରେ ବ୍ୟାଟଲଗ୍ରାଉଣ୍ଡ ମୋବାଇଲ ଇଣ୍ଡିଆ (ବିଜିଏମଆଇ) ଗେମ୍ ଖେଳି ପାରୁ ନାହାନ୍ତି ତେବେ ଆପଣଙ୍କ ପାଇଁ ଏହି ଖବର । ଗେମ୍ ଡେଭଲପର କମ୍ପାନୀ କ୍ରାଫ୍ଟନ ଖୁବ୍ ଶୀଘ୍ର ବିଜିଏମଆଇ ଲାଇଟ୍ ଭାରତରେ ଲଞ୍ଚ କରିବାର ଯୋଜନା କରୁଛି । ଏହା ଆସିବା ପରେ ଆପଣ କମ ର୍ୟାମ ଏବଂ ଷ୍ଟୋରେଜ୍ ବିଶିଷ୍ଟ ଫୋନରେ ମଧ୍ୟ ଏହି ଗେମ୍ ଖେଳି ପାରିବେ ।
ବିଜିଏମଆଇ ର ଅଫିସିଆଲ ୟୁଟ୍ୟୁବ ଚ୍ୟାନେଲରେ ପୋଲ ର ଆୟୋଜନ ହୋଇଥିଲା । ଯେଉଁଥିରେ ବିଜିଏମଆଇ ଲାଇଟ୍ କୁ ନେଇ ପ୍ରଶ୍ନ କରାଯାଇଥିଲା । ଏଥରୁ ଜଣା ପଡିଥିଲା କି ଲୋକେ ବିଜିଏମଆଇ ଗେମ୍ ର ଲାଇଟ ଭର୍ସନ ଖେଳିବାକୁ ଚାହୁଁଛନ୍ତି ।
ସୂଚନାଯୋଗ୍ୟ, ଚଳିତ ବର୍ଷ ଜୁଲାଇ ମାସରେ ଭାରତରେ ବିଜିଏମଆଇ ଲଞ୍ଚ କରାଯାଇଥିଲା । ଯାହା ଗତବର୍ଷ ବ୍ୟାନ ହୋଇଥିବା ପବଜି ମୋବାଇଲର ଅପଗ୍ରେଡେଡ ଭର୍ସନ ।